Below header

ଟମାଟୋ, ଅଣ୍ଡା କି ଗୁଳିମାଡ଼ କରନ୍ତୁ, କେହି ମୋତେ ଅଟକାଇ ପାରିବେନି : ପାଣ୍ଡିଆନ

ଟମାଟୋ, ଅଣ୍ଡା, ଚପଲ କି ଗୁଳିମାଡ଼ କରନ୍ତୁ । କିନ୍ତୁ କେହି ମୋତେ ଅଟକାଇ ପାରିବେ ନାହିଁ । ଗୁଳି ମାରିଲେ ବି ଲୋକଙ୍କ ପାଖକୁ ଆସିବି । ଲୋକଙ୍କ ସେବା କରି ଚାଲିବି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଜନସଭାରେ ଏକଥା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।

ଗଞ୍ଜାମ (କେନ୍ୟୁଜ୍‌) : ଟମାଟୋ, ଅଣ୍ଡା, ଚପଲ କି ଗୁଳିମାଡ଼ କରନ୍ତୁ । କିନ୍ତୁ କେହି ମୋତେ ଅଟକାଇ ପାରିବେ ନାହିଁ । ଗୁଳି ମାରିଲେ ବି ଲୋକଙ୍କ ପାଖକୁ ଆସିବି । ଲୋକଙ୍କ ସେବା କରି ଚାଲିବି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଜନସଭାରେ ଏକଥା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ । କିନ୍ତୁ ମୁଁ ସେପରି ଲୋକ ନୁହେଁ । ଲୋକଙ୍କ ସେବା କରିଚାଲିବି । ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲି। ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି। ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଆଜି ଗଞ୍ଜାମ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ମାରାଥନ୍ କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.