ଛାଡପତ୍ରର ଅଦ୍ଭୁତ ଦାବି: ସ୍ତ୍ରୀ ଚାହୁଁଥିଲା ଛାଡପତ୍ର ସ୍ୱାମୀ ମାଗିଲା କିଡ଼ନୀ

ଆଜି ଆମେ ଆପଣଙ୍କୁ ଏଭଳି ଛାଡପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ନା ଆପଣ କେବେ ଶୁଣିଥିବେ ନା ଦେଖିଥିବେ । ନିକଟରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଛାଡପତ୍ର ଦେବା ପରେ ତାଙ୍କୁ ଦେଇଥିବା କିଡନୀ ମାଗିଥିଲେ । ଏହି ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ।

ଆଜିକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ତ ଏକ ସାଧାରଣ କଥା ହୋଇଗଲାଣି ଏବଂ ଏହି ଝଗଡା ହେତୁ ଛାଡପତ୍ର ହାର ମଧ୍ୟ ବୃଦ୍ଧି ପାଉଛି । ଛୋଟ ଛୋଟ କଥାରେ ଲୋକମାନେ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଛାଡପତ୍ର ସମୟରେ ସେଟଲମେଣ୍ଟ ମଧ୍ୟ ହୋଇଥାଏ । ଏଥିରେ କିଏ ଟଙ୍କା ମାଗେ ତ କିଏ ଘର ଏବଂ କାର । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଛାଡପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ନା ଆପଣ କେବେ ଶୁଣିଥିବେ ନା ଦେଖିଥିବେ । ନିକଟରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଛାଡପତ୍ର ଦେବା ପରେ ତାଙ୍କୁ ଦେଇଥିବା କିଡନୀ ମାଗିଥିଲେ । ଏହି ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ।

ବାସ୍ତବରେ କିଛି ବର୍ଷ ପୂର୍ବେ ପତ୍ନୀଙ୍କ ଉଭୟ କିଡନୀ ଖରାପ ହୋଇଯାଇଥିଲା । ଏହି ସମୟରେ ସ୍ୱାମୀ ନିଜର ଗୋଟିଏ କିଡନୀ ତାଙ୍କ ପତ୍ନୀଙ୍କୁ ଦେଇଥିଲେ । ସ୍ୱାମୀ ଦେଇଥିବା କିଡନୀ ପ୍ରତିରୋପଣ କରାଯାଇ ପତ୍ନୀଙ୍କ ଜୀବନ ରକ୍ଷା କରାଯାଇଥିଲା । ବର୍ତ୍ତମାନ ଯେତେବେଳେ ପତ୍ନୀ ଛାଡପତ୍ର ମାଗିଥିଲେ, ସ୍ୱାମୀ କହିଥିଲେ ଯେ ସେ କିଡନୀ ଫେରସ୍ତ କରନ୍ତୁ କିମ୍ବା ତାଙ୍କୁ ୧.୨ ମିଲିୟନ୍ ପାଉଣ୍ଡ ଅର୍ଥାତ ଭାରତୀୟ ମୂଲ୍ୟରେ ୧୨ କୋଟିରୁ ଅଧିକ ଟଙ୍କା ଦିଅନ୍ତୁ ।

ରିପୋର୍ଟ ଅନୁଯାୟୀ, ରିଚାର୍ଡ ବାଟିସ୍ତା ନାମକ ଜଣେ ବ୍ୟକ୍ତି ୧୯୯୦ ରେ ଡୋନେଲ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ଖୁବ ଭଲରେ ଚାଲିଥିଲା । ଦମ୍ପତିଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୦୧ ରେ, ଡୋନେଲ ଅସୁସ୍ଥ ହେବାରୁ ରିଚାର୍ଡ ପତ୍ନୀଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାର ୪ ବର୍ଷ ପରେ ପତ୍ନୀ ଡୋନେଲ ଛାଡପତ୍ର ପାଇଁ କହିଥିଲେ । ରିଚାର୍ଡ ବାଟିସ୍ତା ତାଙ୍କ ପତ୍ନୀଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ଏବଂ ଛାଡପତ୍ର ପାଇଁ କିଡନୀ ଫେରାଇବାକୁ ସର୍ତ୍ତ ମଧ୍ୟ ରଖିଥିଲେ । ସ୍ୱାମୀଙ୍କ ଏହି ଅଦ୍ଭୁତ ଡିମାଣ୍ଡ ପରେ ଏହି ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

ଡାକ୍ତରୀ ବିଶେଷଜ୍ଞ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଦାବି ଗ୍ରହଣ କରାଯାଇପାରିବ ନାହିଁ । ଏହା ମହିଳାଙ୍କ ଜୀବନ ମଧ୍ୟ ନେଇପାରେ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ କିଡନୀ ଦାନ କରିବା ପରେ ଏହା ବର୍ତ୍ତମାନ ମହିଳାଙ୍କ ଶରୀରରେ ଅଛି ତେଣୁ ଏହା ଏବେ ପତ୍ନୀ ଡୋନେଲଙ୍କର । ଏହା ପରେ ମାମଲା କୋର୍ଟକୁ ଯାଇଥିଲା । ବର୍ତ୍ତମାନ କୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛନ୍ତି । ନାସାଉ କାଉଣ୍ଟି ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ୱାମୀଙ୍କ ଦାବି ଆଇନ ବିରୋଧୀ । ଏହା ସହିତ କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏପରି ଏକ ସମ୍ଭାବନା ମଧ୍ୟ ଅଛି ଯେ, ଏପରି ଦାବୀ ଯୋଗୁଁ ସ୍ୱାମୀ କିଛି ଅପରାଧିକ ମାମଲାରେ ଫସିପାରନ୍ତି ଏବଂ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.