ସରପଞ୍ଚଙ୍କ ବାଇକ ଡିକି ଭାଙ୍ଗି ୧ ଲକ୍ଷ ୮୦ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ୍ତ
ବାଇକ ଡିକି ଭାଙ୍ଗି ଏକଲକ୍ଷ ୮୦ହଜାର ଟଙ୍କା ଲୁଟ । ସରପଞ୍ଚଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୂତ୍ତ। ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ଲୁଟର ଶିକାର ହେଲେ ସରପଞ୍ଚ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପିତିରି ପଞ୍ଚାୟତର ସରପଞ୍ଚ ଅଶୋକ ବର୍ମାଙ୍କ ଠାରୁ ହୋଇଛି ଲୁଟ।
![](https://knewsodisha.com/wp-content/uploads/2024/02/dhenkanal-1.jpg)
ଢେଙ୍କାନାଳ (କେନ୍ୟୁଜ୍) : ବାଇକ ଡିକି ଭାଙ୍ଗି ୧ ଲକ୍ଷ ୮୦ହଜାର ଟଙ୍କା ଲୁଟ । ସରପଞ୍ଚଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୂତ୍ତ। ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ଲୁଟର ଶିକାର ହେଲେ ସରପଞ୍ଚ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପିତିରି ପଞ୍ଚାୟତର ସରପଞ୍ଚ ଅଶୋକ ବର୍ମାଙ୍କ ଠାରୁ ହୋଇଛି ଲୁଟ। ଅଶୋକ ବ୍ୟାଙ୍କରୁ ଟଙ୍କା ଉଠାଇ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବାକୁ ଖାଲପାଳ ଗାଁକୁ ଯାଇଥିଲେ। ଡିକିରୁ ଟଙ୍କା ଆଣି ହିତାଧିକାରୀଙ୍କୁ ବାଣ୍ଟୁଥିବା ବେଳେ ସେଥିରେ ଥିବା ଅବଶିଷ୍ଟ ଟଙ୍କାକୁ କେହି ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ପର୍ଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।