ଗୁଲମାର୍ଗରେ ବରଫ ଝଡ଼ ଯୋଗୁ ସ୍ଥିତି ସଙ୍ଗୀନ, ଜଣେ ପର୍ଯ୍ୟଟକ ମୃତ; ଅନେକ ନିଖୋଜ

ଜମ୍ମୁ-କାଶ୍ମୀରର ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ବରଫ ଝଡ଼ ଏବଂ ହିମସ୍ଖଳନ ହୋଇଛି । ଏଥିରେ ବହୁ ଧନଜୀବନ ହାନି ଘଟିଥିବା ସୂଚନା ରହିଛି । ଏହି ବରଫ ତୋଫାନ ଯୋଗୁ ଅନେକ ବିଦେଶୀ ପର୍ଯ୍ୟଟକ ନିଖୋଜ ହୋଇଥିବା ବେଳେ ଜଣେ ସ୍କିୟରଙ୍କ ମୃତ୍ୟୁ ଘଟିିଛି ।

ଜମ୍ମୁ-କାଶ୍ମୀରର ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ବରଫ ଝଡ଼ ଏବଂ ହିମସ୍ଖଳନ ହୋଇଛି । ଏଥିରେ ବହୁ ଧନଜୀବନ ହାନି ଘଟିଥିବା ସୂଚନା ରହିଛି । ଏହି ବରଫ ତୋଫାନ ଯୋଗୁ ଅନେକ ବିଦେଶୀ ପର୍ଯ୍ୟଟକ ନିଖୋଜ ହୋଇଥିବା ବେଳେ ଜଣେ ସ୍କିୟରଙ୍କ ମୃତ୍ୟୁ ଘଟିିଛି । ଏ ସମ୍ପର୍କରେ ତଙ୍ଗମାର୍ଗ ଏସ୍‌ଡିଏମ୍‌ଙ୍କ କହିଛନ୍ତି, ଦୁଇ ବିଦେଶୀ ନିଖୋଜ ଅଛନ୍ତି ଏବଂ ୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ତୁଷାରପାତ ଜାରି ରହିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଅଭିଯାନ ଚାଲିଛି । ବାରାମୂଳା ପୋଲିସ, ୧୮ଆର୍‌ଆର୍‌, ଏଚ୍‌ଏଡବ୍ଲ୍ୟୁୟୁଏସ୍‌ ଏବଂ ସ୍ଥାନୀୟ ଲୋକଙ୍କ ଟିମ୍‌ ଉଦ୍ଧାର ଅଭିଯାନ ଚଳାଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ଗୁରୁବାର ଅପରାହ୍ନରେ ପ୍ରସିଦ୍ଧ ସ୍କି-ଗନ୍ତବ୍ୟ ଗୁଲମାର୍ଗରେ ଆଫରୱାଟ ଶିଖରର ଖିଲନମାର୍ଗରେ ହିମସ୍ଖଳନ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ଜଣେ ବିଦେଶୀ ସ୍କିୟରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି ।

ଅପରାହ୍ନ ୨ଟାରେ ହିମସ୍ଖଳନ ହୋଇଥିଲା, ଯାହାଫଳରେ କିଛି ବିଦେଶୀ ପର୍ଯ୍ୟଟକ ଏହା ଭିତରେ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ହେଲିକାପ୍ଟର ବ୍ୟବହାର କରାଯାଉଛି । କହି ରଖୁଛୁ, ଜାନୁୟାରୀ ପର୍ଯ୍ୟନ୍ତ ଗୁଲମାର୍ଗରେ ପାଗ ସମ୍ପୂର୍ଣ୍ଣ ସ୍ୱଚ୍ଛ ଥିଲା ଏବଂ ବରଫର କୌଣସି ଚିହ୍ନ ନ ଥିଲା । କିନ୍ତୁ ଫେବୃୟାରୀ ଶେଷରେ ଏଠାରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଛି, ଯେଉଁଥିପାଇଁ ଦେଶ ଏବଂ ବିଦେଶରୁ ବହୁ ପର୍ଯ୍ୟଟକ ଗୁଲମାର୍ଗରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.