ଖାଇବା ପରେ ମିଠା ଖାଇବାକୁ ଇଚ୍ଛା ହେଉଛି କି ? ମିଠା ବଦଳରେ ଖାଆନ୍ତୁ ଏହି ଜିନିଷ ମିଳିବ ଅନେକ ଲାଭ

ଖଜୁରୀଗୁଡ଼ିକରେ ଅନେକ ଫାଇବର ଥାଏ । ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ ରହିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯାଏ । ଯେଉଁଥିପାଇଁ ଆପଣଙ୍କ ପେଟ ସଫା ରହିଥାଏ ଏବଂ ଅନେକ ରୋଗର ଆଶଙ୍କା କମିଯାଏ ।

ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ଖାଇବା ପରେ କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି । ଏପରି ପରିସ୍ଥିତିରେ ମିଠା ଖାଇବାକୁ ଇଚ୍ଛା ହେତୁ ଲୋକମାନେ ସୁସ୍ଥ କିମ୍ବା ଅସ୍ୱାସ୍ଥ୍ୟକର କିଛି ଖାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ପସନ୍ଦ କରନ୍ତି । ତାହେଲେ ଆପଣ ଖଜୁରୀ ଖାଇପାରିବେ । ଯାହା କେବଳ ଆପଣଙ୍କର ଲୋଭକୁ କମ୍‌ କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଯେ ଖଜୁରୀ ଖାଇବାର ଉପକାରିତା କ’ଣ ?

ସୂଚନା ମୁତାବକ, ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ଫଳରୁ ମିଳୁଥିବା ପ୍ରାକୃତିକ ପ୍ରକାରର ଚିନି । ଏହି କାରଣରୁ ଖଜୁରୀଗୁଡିକ ବହୁତ ମିଠା ହୋଇଥାଏ । ଯେଉଁ କାରଣରୁ ଧଳା ଚିନି ପାଇଁ ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ ଏବଂ ସମସ୍ତ ପ୍ରକାରର ମିଠାରେ ବ୍ୟବହାର କରାଯାଇପାରିବ ।

ଖଜୁରୀରେ ଅନେକ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ବ୍ୟତୀତ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ମିଳିଥାଏ । ପ୍ରାୟ ୧୦୦ ଗ୍ରାମ ଖଜୁରୀରେ ୭୫ ଗ୍ରାମ କାର୍ବସ୍, ୭ ଗ୍ରାମ ଫାଇବର, ୨ ଗ୍ରାମ ପ୍ରୋଟିନ୍, ୧୫% ପୋଟାସିୟମ୍, ୧୩% ମ୍ୟାଗ୍ନେସିୟମ୍, ୧୩% ମାଙ୍ଗାନିଜ୍, ୫% ଆଇରନ୍ ଏବଂ ୧୫% ଭିଟାମିନ୍ ବି – ୬ ମିଳିଥାଏ ।

ଖଜୁରୀଗୁଡ଼ିକରେ ଅନେକ ଫାଇବର ଥାଏ । ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ ରହିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯାଏ । ଯେଉଁଥିପାଇଁ ଆପଣଙ୍କ ପେଟ ସଫା ରହିଥାଏ ଏବଂ ଅନେକ ରୋଗର ଆଶଙ୍କା କମିଯାଏ ।

ଖଜୁରୀରେ ସବୁ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହୋଇଥାଏ । ଯାହା ହାର୍ଟ ସମସ୍ୟା,କ୍ୟାନ୍‌ସର, ଆଲଜାଇମର ଏବଂ ଡାଇବେଟିସ୍‌ ପରି ଅନେକ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ଖଜୁରୀ ଏନର୍ଜି ଲେବଲ ବୁଷ୍ଟୁ କରିବାରେ ସହାୟକ ହୋଇଥାଏ ।

ଖଜୁରୀଗୁଡ଼ିକରେ ଫସଫରସ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ସହିତ ଅନେକ ଖଣିଜ ପଦାର୍ଥ ରହିଥାଏ । ଯେଉଁ କାରଣରୁ ଖଜୁରୀ ଖାଇବା ଦ୍ୱାରା ହାଡ ସମ୍ବନ୍ଧୀୟ ସମସ୍ୟା କମ୍‌ ହୋଇପାରେ ।

ଖଜୁରୀ ବ୍ଲଡ ସୁଗାର ଲେବଲ୍‌ କମ୍‌ କରିବାରେ ମଧ୍ୟ ବହୁତ ଲାଭଦାୟକ ହୋଇପାରେ । ପ୍ରକୃତରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ହେତୁ, ବ୍ଲଡ ସୁଗାର ଲେବଲ୍‌ ନିୟନ୍ତ୍ରଣ କରିବାରେ ଖଜୁରୀ ବହୁତ ଭଲ ହୋଇଥାଏ । ଯେଉଁ କାରଣରୁ ଖଜୁରୀ ଖାଇବା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଯଦି ଆପଣ ଖାଇବା ପାରେ ମିଠା ଖାଇବାକୁ ଇଚ୍ଛା କରୁଛନ୍ତି, ତାହେଲେ ଆପଣ ଖାଇବା ପରେ ମିଠା ବଦଳରେ ଖଜୁରୀ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.