ଆଜି ଠାରୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଯୋଗ ଦେଇଛନ୍ତି ହଜାର ହଜାର ସାଧୁ ସନ୍ଥ

ଢ଼େଙ୍କାନାଳ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ପୀଠରେ ମହିମା ଧର୍ମର ପ୍ରସିଦ୍ଧ ମାଘମେଳା ଆଜିଠାରୁ ଆରମ୍ଭ ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁ ସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କର ସମାଗମ ହେବ ସେଥିପାଇଁ ସଜେଇ ହେଇଛି ମହିମା ପୀଠ । ପ୍ରଶାସନ ଓ ପୋଲିସ ତଥା ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଢ଼େଙ୍କାନାଳ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ପୀଠରେ ମହିମା ଧର୍ମର ପ୍ରସିଦ୍ଧ ମାଘମେଳା ଆଜିଠାରୁ ଆରମ୍ଭ ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁ ସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କର ସମାଗମ ହେବ ସେଥିପାଇଁ ସଜେଇ ହେଇଛି ମହିମା ପୀଠ । ପ୍ରଶାସନ ଓ ପୋଲିସ ତଥା ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ବ୍ୟବସାୟ ପାଇଁ ଦୋକାନ ବଜାରର ପସରା ଖୋଲିଛନ୍ତି ବ୍ୟବସାୟୀ ମାନେ । ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି ।

ମେଳାକୁ ବହୁ ସାଧୁସନ୍ଥ ମାନେ ଆସିଥିବାର ଦେଖିବାକୁ ମିଳିଛି । ଯୋରନ୍ଦା ମହିମା ପିଠିରେ ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ବିଶ୍ଵପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ । ଏହି ମେଳା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମହଣ ମହଣ ଘିଅରେ ବିଶ୍ଵର ମଙ୍ଗଳ ପାଇଁ ତଥା ବିଶ୍ୱବାସୀଙ୍କର ମଙ୍ଗଳ କାମନା କରି ଦ୍ୱୀପ ପ୍ରଜ୍ଵଳିତ କରାଯାଇଛି । ଅଗ୍ନିରେ ଲକ୍ଷାଧିକ ନଡ଼ିଆ ପୋଡା ଯିବା ସହ ମାନସୀକଧାରୀ ମାନେ ସାଧୁ ସନ୍ଥଙ୍କୁ ଦର୍ଶନ କରି ନିଜ ନିଜ ପରିବାରର ମଙ୍ଗଳ କାମନା କରୁଛନ୍ତି । ଯାତ୍ରା ପୂର୍ବରୁ ଗହଳି ଭିତରେ ଦର୍ଶନ କରିବା କଷ୍ଟକର ହେବ । ମାଘମେଳା ପୂର୍ବରୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଦେଖିବାକୁ ମିଳିଲାଣି ।

ବକଳ ଧାରୀ ସନ୍ୟାସୀ ସମାଜ ଏବଂ କୌପୁନୀ ଧାରୀ ସନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକୁ ରଙ୍ଗ କରାଯାଇଛି । ନିତି କାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ପାଗ ଭଲ ରହିଥିବାରୁ ହଜାର ହଜାର ସାଧୁ ସନ୍ଥ ମାନଙ୍କ ସମାଗମ ହେବାକୁ ବାବା ମାନେ ଆଶା ରଖିଛନ୍ତି । ମାଘମେଳା ପାଇଁ ନ୍ଦୋରନ୍ଦା ପୀଠରେ ବିଭିନ୍ନ ଦୋକାନ ବଜାର ଖୋଲିଛି । ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଝାଡ ଜଳିବାର ପରମ୍ପରା ରହିଥିବା ବେଳେ ଦୋକାନ ବଜାର ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ରହିବ । ଲୋକ ମାନଙ୍କର ମନୋରଞନ ପାଇଁ ୨ଟି ଯାତ୍ରା ଦଳ ପଡ଼ିଛି । ହଜାର ଜହାର ଲୋକ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.