ଆସନ୍ତାକାଲି କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’, ଆଞ୍ଚଳିକ ବିକାଶରେ ଷ୍ଟାର୍ଟ ଅପ୍ର ଭୂମିକା ନେଇ ହେବ ନିଷ୍କର୍ଷ
ସମ୍ଭାବନା ଓ ସୁଯୋଗର ମାଟି ଆମ ରାଜ୍ୟ। କଳା ସଂସ୍କୃତି ଐତିହ୍ୟ ଓଡ଼ିଶାକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଏବେ କିନ୍ତୁ ସାମାଜିକ-ଅର୍ଥନୈତିକ ବିକାଶ ସହ ଶିଳ୍ପାୟନ କ୍ଷେତ୍ରରେ ନୂଆ ନୂଆ ଇତିହାସ ସୃଷ୍ଟି କରୁଛି ଓଡ଼ିଶା। ନୂଆ ଆତ୍ମବିଶ୍ୱାସରେ ଆଗକୁ ବଢୁଛି, ଯାହାକୁ ନେଇ କଳିଙ୍ଗ ଟିଭିର କନ୍କ୍ଲେଭ ପ୍ରଗତି ପଥେ ଓଡ଼ିଶା।

କେନ୍ୟୁଜ୍(ବ୍ୟୁରୋ):ବଦଳୁଛି ସମୟ, ବଦଳୁଛି ଓଡ଼ିଶା। ସମ୍ଭାବନା ଓ ସୁଯୋଗର ମାଟି ଆମ ରାଜ୍ୟ। କଳା ସଂସ୍କୃତି ଐତିହ୍ୟ ଓଡ଼ିଶାକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଏବେ କିନ୍ତୁ ସାମାଜିକ-ଅର୍ଥନୈତିକ ବିକାଶ ସହ ଶିଳ୍ପାୟନ କ୍ଷେତ୍ରରେ ନୂଆ ନୂଆ ଇତିହାସ ସୃଷ୍ଟି କରୁଛି ଓଡ଼ିଶା। ନୂଆ ଆତ୍ମବିଶ୍ୱାସରେ ଆଗକୁ ବଢୁଛି, ଯାହାକୁ ନେଇ କଳିଙ୍ଗ ଟିଭିର କନ୍କ୍ଲେଭ ପ୍ରଗତି ପଥେ ଓଡ଼ିଶା।ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସକାରାତ୍ମକ, ଗଠନମୂଳକ ଓ ବାସ୍ତବାଦୀ ମନ୍ତ୍ରକୁ ପାଥେୟ କରି କାର୍ଯ୍ୟକରି ଆସୁଛି କଳିଙ୍ଗ ଟଭି। ତେଣୁ ଓଡ଼ିଶା କେତେ ଆଗକୁ ବଢିଛି, ଅଗ୍ରଗତିରେ କଣ ଚ୍ୟାଲେଞ୍ଜ ରହିଛି ଏ ସବୁ ଆପଣଙ୍କ ସାମ୍ନାରେ ରଖିବାକୁ କଳିଙ୍ଗ ଟିଭିର ପ୍ରୟାସ ପ୍ରଗତି ପଥେ ଓଡ଼ିଶା।
ବଡ଼ଶିଳ୍ପ ବଡ଼ନିବେଶ
ପ୍ରଗତି ପଥେ ଓଡ଼ିଶାରେ ରହିଛି ୪ ଟି ସେସନ। ପ୍ରଥମେ ରହିଛି ବଡ଼ଶିଳ୍ପ ବଡ଼ନିବେଶ। ଓଡ଼ିଶାକୁ ଆସୁଥିବା ନିବେଶ ଓ ରାଜ୍ୟରେ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋଚନା ପାଇଁ ରହିବେ ଏସ୍ଏନ୍ ମହାନ୍ତି ଗ୍ରୁପର ଏମଡି ପ୍ରବୋଧ ମହାନ୍ତି, ଜେଏସ୍ପିଏଲର ଓଡ଼ିଶା କର୍ପୋରେଟ କମ୍ୟୁନିକେସନ ହେଡ ଡ. ପ୍ରଶାନ୍ତ କୁମାର ହୋତା, ଟିପିଡବ୍ଲୁଓଡିଏଲର ସିଇଓ ଗଜାନନ କାଲେ ଓ ବେଦାନ୍ତ ଲିମିଟେଡ୍ର ରେସିଡେଣ୍ଟ ଡାଇରେକ୍ଟର ତପନ ଚାନ୍ଦ।..
ଓଡ଼ିଶା ବ୍ରାଣ୍ଡର ବଡ଼ ଚାହିଦା
ଦ୍ୱିତୀୟ ସେସନରେ ରହିଛି ଓଡ଼ିଶା ବ୍ରାଣ୍ଡର ବଡ଼ ଚାହିଦା। ଓଡ଼ିଶାରେ ଦେଶ ବିଦେଶର ବହୁ ଲୋକପ୍ରିୟ ବ୍ରାଣ୍ଡ ନିଜର ଆଉଟଲେଟ୍ ଖୋଲିଛନ୍ତି । କିନ୍ତୁ ଆଜିର ଦିନରେ ଓଡ଼ିଶାର ବି ଅନେକ ବ୍ରାଣ୍ଡ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ଓ ବିଦେଶରେ ଆଦୃତି ଲାଭ କରିଛି । ବ୍ରାଣ୍ଡ ଓଡ଼ିଶା ଉପରେ ଆଲୋଚନା କରିବେ, ଓଡ଼ିଶା ସରକାରଙ୍କ ଶିିଳ୍ପ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦ୍ର ନାୟକ, ଇଭୋସ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡର ଗ୍ରୁପ ହେଡ ତଥା ଏଚଆର୍ ରବୀନ ଭଟ୍ଟନାଗର ଓ ଜୟଭାରତ ସ୍ପାଇସେସର ଏମ୍ଡି ସୁଶାନ୍ତ କୁମାର ପଣ୍ଡା।…
ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା
ରାଜ୍ୟବାସୀଙ୍କୁ ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିଲାଗି ଭିତ୍ତିଭୂମିର ବିକାଶ ହେଉଛି। ଓଡ଼ିଶାର ଅଧିକାଂଶ ଜନସାଧାରଣ ସରକାରୀ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭରଶୀଳ। ତେଣୁ ସରକାର ଏ କ୍ଷେତ୍ରରେ ନିବେଶ ବଢାଇଛନ୍ତି। ୨୦୧୯-୨୦ରେ ସ୍ୱାସ୍ଥ୍ୟ ବଜେଟ୍ ଥିଲା ୬ ହଜାର ୮୦୨ କୋଟି ଟଙ୍କା। ୪ ବର୍ଷରେ ଏହା ପ୍ରାୟ ଅଢେଇ ଗୁଣା ବଢି ସାରିଛି। ୨୦୨୩-୨୪ରେ ଏହା ୧୬ ହଜାର କୋଟି ଟଙ୍କାରେ ପହଞ୍ଚିଛି।
ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ କଣ କଣ ଚ୍ୟାଲେଞ୍ଜ ରହିଛି। ଏ ପ୍ରସଙ୍ଗ ଆଲୋଚନାରେ ଭାଗ ନେବେ, କିମ୍ସର ପ୍ରୋଭାଇସଚାନ୍ସଲର ଡାକ୍ତର ସିବିକେ ମହାନ୍ତି, କେୟାର ହସପିଟାଲର କ୍ରିଟିକାଲ କେୟାର ବିଭାଗ ସିନିଅର କନସଲଟାଣ୍ଟ ଆଣ୍ଡ ଏଚଓଡି ଡକ୍ଟର ପ୍ରଜ୍ଞା କୁମାର ରାଉତରାୟ
ଏବଂ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥର ସହକାରୀ ପ୍ରଫେସର ସରିତ କୁମାର ରାଉତ।
ଆଞ୍ଚଳିକ ବିକାଶରେ ଷ୍ଟାର୍ଟଅପ୍
ବଡ଼ ଶିଳ୍ପ ସହ ଷ୍ଟାର୍ଟଅପ୍ ମଧ୍ୟ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଓଡ଼ିଶାରେ ଏବେ ଜୋର ଧରିଛି ଷ୍ଟାର୍ଟଅପ୍ । ରାଜ୍ୟରେ ଏବେ ୧୫୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ୫୦୦୦ରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ସମୟରେ ଓଡ଼ିଶା ଦେଶର ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ହେବାକୁ ଯାଉଛିା ଆଞ୍ଚଳିକ ବିକାଶରେ ଷ୍ଟାର୍ଟ ଅପ୍ର ଭୂମିକା ନେଇ ଆଲୋଚନା କରିବେ, ଡିପାର୍ଟମେଣ୍ଟ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟିର ପ୍ରମୁଖ ସଚିବ ତଥା ଓକାକ୍ ଚେୟାରମେନ ମନୋଜ କୁମାର ମିଶ୍ର, ଡିଭି ଆନାଲିଟିକ୍ସର ପ୍ରତିଷ୍ଠାତା ଦେବେନ୍ଦ୍ର ଦେବଦତ୍ତ ଦାସ, ଓ୍ଵାୟରଟେଲ୍ ବ୍ରଣ୍ଡବ୍ରାଣ୍ଡର ଡାଇରେକ୍ଟର ଅଭିଜିତ ପଣ୍ଡା, ଓ ଗ୍ରୋଜିପ୍ର ଫାଉଣ୍ଡର ଓ ସିଇଓ ଆନନ୍ଦ ମିଶ୍ର । .