ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଜାରି କଲା ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ। ଗିରଫ ପରୱାନା ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ- ଆଇସିସି। ପୁଟିନ ଯୁଦ୍ଧ ଅପରାଧ ସହ ୟୁକ୍ରେନରୁ ରୁଷକୁ ବେଆଇନ ଶିଶୁ ଚାଲାଣରେ ଲିପ୍ତ ଥିବା ନେଇ ଅଭିଯୋଗ କରିଛି ଆଇସିସି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ। ଗିରଫ ପରୱାନା ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ- ଆଇସିସି। ପୁଟିନ ଯୁଦ୍ଧ ଅପରାଧ ସହ ୟୁକ୍ରେନରୁ ରୁଷକୁ ବେଆଇନ ଶିଶୁ ଚାଲାଣରେ ଲିପ୍ତ ଥିବା ନେଇ ଅଭିଯୋଗ କରିଛି ଆଇସିସି । ପୁଟିନଙ୍କ ସହ ରୁଷିଆର ଶିଶୁ ଅଧିକାର କମିଶନର ମାରିଆ ଆଲେକ୍ସୟେଭନାଙ୍କ ବିରୋଧରେ ମଧ୍ୟ ଗିରଫ ପରଓ୍ଵାନା ଜାରି ହୋଇଛି।

ରୁଷ ଦଖଲ କରିଥିବା ୟୁକ୍ରେନ ଅଞ୍ଚଳରେ ଯୁଦ୍ଧ ଅପରାଧ ପାଇଁ ପୁଟିନଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯାଇଛି । ତାଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରିବା ପଛରେ କାରଣ ଥିବା କହିଛି ଇଣ୍ଟରନେସନାଲ କ୍ରିମିନାଲ କୋର୍ଟ । ମାରିଆଙ୍କୁ ମଧ୍ୟ ଶିଶୁ ଚାଲାଣ ପାଇଁ ଅଭିଯୁକ୍ତ କରାଯାଇଛି ।

୨୦୨୨ ଫେବୃଆରୀ ୨୪ ପରଠାରୁ ଯୁଦ୍ଧ ଅପରାଧ ହୋଇଥିବା ଓ୍ଵାରେଣ୍ଟରେ କୁହାଯାଇଛି । ଗତ ଫେବ୍ରୁଆରୀ ୨୨ରେ ଯୁଦ୍ଧ ଅପରାଧ ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ । ତେବେ ସାମରିକ ଅଭିଯାନ ବେଳେ ଯୁଦ୍ଧ ଅପରାଧ ଅଭିଯୋଗକୁ ମସ୍କୋ ଖଣ୍ଡନ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.