Below header

ଯାଜପୁର: ଆସନ୍ତାକାଲି ହେବ ଗୋଟିଏ ଜିଲ୍ଲାପରିଷଦ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ଉପ ନିର୍ବାଚନ

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୮ ନମ୍ବର ଜୋନ ଜିଲାପରିଷଦ ଜୋନ ପାଇଁ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଗତକାଲି ଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଆଜି ନିର୍ବାଚନକୁ ସୁପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହେବ । ଜିଲାର ମୋଟ ୧୩୭ଟି ବୁଥରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ,ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.