ମାଓ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ସଫଳତା, ଗିରଫ ହେଲା ହାର୍ଡକୋର ମାଓ ନେତା ଦୁବାଶି ଶଙ୍କର

କୋରାପୁଟ(କେ ନ୍ୟୁଜ): ମାଓ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ସଫଳତା। ଗିରଫ ହେଲା ହାର୍ଡକୋର ମାଓ ନେତା ଦୁବାଶି ଶଙ୍କର। ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଦୁବାଶି ଶଙ୍କର ଉପରେ ୨୦ଲକ୍ଷ ଟଙ୍କାର ପୁରସ୍କାର ରହିଛି। ବୈପାରୀଗୁଡ଼ାର ପେଟାଗୋଡା ଓ ନୋଆରୋ ଜଙ୍ଗଲରେ ତାର ଗତିବିଧି ନେଇ ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳକୁ ଡିଭିଏଫ, ଏସଓଜି ଏବଂ ବିଏସଏଫ ଯବାନ ଘେରାଓ କରି ସର୍ଚ୍ଚ ଅପରେସନ କରିଥିଲେ। ଯବାନଙ୍କ ସହ ମୁହାଁମୁହିଁ ପରେ ଦୁବାଶିକୁ ଗିରଫ କରାଯାଇଛି। ତା ଠାରୁ ଏକ ଇନ୍‌ସାସ୍‌ ରାଇଫଲ, ୧୦ଟି ଗୁଳି, ମୋବାଇଲ ଫୋନ, ନଗଦ ୩୫ହଜାର ଟଙ୍କା ଜବତ ହୋଇଛି। ଅନେକ ହତ୍ୟାକାଣ୍ଡରେ ଦୁବାଶିର ସଂପୃକ୍ତି ରହିଛି। ୨୦୦୯ ଦାମନଯୋଡ଼ି ଠାରେ ଆକ୍ରମଣରେ ୧୦ ସିଆଇଏସଏଫ ଯବାନ ସହିଦ ହୋଇଥିଲେ।

୨୦୧୦ ବୈପାରୀଗୁଡ଼ାର ଗୋବିନ୍ଦପଲ୍ଲୀ ଠାରେ ଲାଣ୍ଡ ମାଇନ ବ୍ଲାଷ୍ଟରେ ୧୧ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ। ୨୦୧୨ରେ ଚିତ୍ରକୋଣ୍ଡାର ଜାନିଗୁଡ଼ା ଠାରେ ଆମ୍ବୁସ ଆକ୍ରମଣରେ ୪ ବିଏସଏଫ ଯବାନ ସହିଦ ହୋଇଥିଲେ। ତା ନାଁରେ ଓଡିଶାର କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବହୁ ମାଓବାଦୀ ହିଂସା ନେଇ ମାମଲା ରହିଛି। ୧୯୮୭ରେ ଇନ୍ଦ୍ରପୁରିଆଲ ଏରିଆ କମିଟିରେ ଯୋଗ ଦେଇଥିଲା ଦୁବାଶି। ୨୦୦୩ରେ ସେ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଓ ୨୦୦୪ରେ ସେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିକୁ ମନୋନୀତ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.