Below header

ମାଓ ସଙ୍ଗଠନକୁ ଶକ୍ତ ଝଟକା: ଟପ୍‌ ମାଓ ନେତା ଜେମିଲି କାମେଶ ଓରଫ କୁଙ୍କୁମାପୁଡି ହାରି ଗିରଫ

କୋରାପୁଟ: ମାଓ ସଂଗଠନକୁ ଶକ୍ତ ଝଟକା । ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ଟପ୍‌ ମାଓ ନେତା ଜେମିଲି କାମେଶ ଓରଫ କୁଙ୍କୁମାପୁଡି ହାରି ଗିରଫ । ବିଶାଖାପାଟଣା ପୋଲିସ ଗିରଫ କରିଛି । ତା ନିକଟରୁ ୩୦୩ ରାଇଫଲ୍‌, ୨୦ ରାଉଣ୍ଡ ଗୁଳି ଓ ୫୦ କେଜି ଜିଲୋଟିନ ଜବତ ହୋଇଛି । ଜେମିଲି ୧୪ ବର୍ଷ ଧରି ମାଓ ସଂଗଠନରେ ସାମିଲ ହୋଇ ଆନ୍ଧ୍ର-ଓଡିଶା ସୀମାନ୍ତରେ ସକ୍ରିୟ ଥିଲା । ତା ନାଁରେ ୧୦୦ ରୁ ଅଧିକ ମାମଲା ରହିଛି ।

policeଆନ୍ଧ୍ରର ବିଶାଖାପାଟଣା, ଇଷ୍ଟ ଗୋଦାବରୀ ଜିଲ୍ଲାରେ ୫ଟିରୁ ଅଧିକ ହତ୍ୟାକାଣ୍ଡ, ୪ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଓ ୭ଟି ଗୁଳିମାଡ଼ ଘଟଣାରେ ସମ୍ପୃକ୍ତି ଥିବା ଆନ୍ଧ୍ର ପୋଲିସ କହିଛି । ଏଥିସହ ଓଡିଶା ସୀମାନ୍ତ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ବହୁ ମାଓ ହିଂସାକାଣ୍ଡରେ ତାର ସମ୍ପୃକ୍ତି ରହିଛି । ପ୍ରଜାକୋର୍ଟ ପରିଚାଳନା ଓ ଆକ୍ରମଣ କରିବା ଯୋଜନାରେ ସେ ମାଷ୍ଟର ଥିଲା । କାମେଶ ଗିରଫ ହେବା ପରେ ମାଓ ସଂଗଠନ ସଂପର୍କରେ ବହୁ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି। ଏପଟେ କୋରାପୁଟ ଜିଲ୍ଲାରେ କେଉଁ କେଉଁ ଘଟଣାରେ ତାର ସମ୍ପୃକ୍ତି ରହିଛି, ସେ ନେଇ ତଦନ୍ତ ଚାଲିଥିବା କୋରାପୁଟ ଏସପି ମୁକେଶ କୁମାର ଭାମୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.