ଫୋନର ବ୍ୟାଟେରୀ ଜଲଦି ଶେଷ ହେବାରେ ଦାୟୀ ହେଉଛି ଗୁଗଲ୍‌ ପ୍ଲେ-ଷ୍ଟୋର, ଜାଣନ୍ତୁ କାହିଁକି

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯାହାର ସ୍ମାର୍ଟଫୋନ୍ ବ୍ୟାଟେରୀ ଜଲଦି ଶେଷ ହେଇଯାଉଛି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଏନେଇ ଆପଣ ଫୋନ ଖରାପ ହୋଇଯାଇଛି ବୋଲି ଭାବନ୍ତୁ ନାହିଁ। ବାସ୍ତବରେ ଗୁଗୁଲ୍ ପ୍ଲେ ଷ୍ଟୋର ଯୋଗୁଁ ଏହି ସମସ୍ୟା ଦେଖାଯାଇଥାଏ। ଗୁଗୁଲ୍ ପ୍ଲେ-ଷ୍ଟୋର ଆପରେ ଏକ ତ୍ରୁଟି ଘଟିଛି, ଯେଉଁ କାରଣରୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଫୋନର ବ୍ୟାଟେରୀ ବହୁତ ଜଲଦି ଶେଷ ହୋଇଯାଉଛି।

batteryଏହି ବଗ୍ କାରଣରୁ OnePlus, Oppo ଏବଂ Asus ର ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ପ୍ରଭାବିତ ହୋଇଛନ୍ତି କିନ୍ତୁ ପ୍ଲେ-ଷଷ୍ଟାର ଆପ୍‌ ଅପଡେଟ୍‌ କରିବା ପରେ ଏହି ସମସ୍ୟା ଦୂର ହୋଇଯାଇଛି। ସାମସଙ୍ଗ ଏବଂ ଭିଭୋର କିଛି ଉପଭୋକ୍ତା ମଧ୍ୟ ବ୍ୟାଟେରୀ ଜଲଦି ଶେଷ ହେବାର ସମସ୍ୟାରେ ପ୍ରଭାବିତ ହୋଇଛନ୍ତି କିନ୍ତୁ ଏହି ବଗ୍‌ ବିଷୟରେ କିଛି ଖାସ୍‌ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ରିପୋର୍ଟ ଅନୁଯାୟୀ କୁହାଯାଉଛି, ୟୁଜର୍ସଙ୍କ ସ୍ମାର୍ଟଫୋନର ୭୦% ବ୍ୟାଟେରୀ କେବଳ ପ୍ଲେ-ଷ୍ଟୋର କାରଣରୁ ସରି ଯାଉଛି। ଗୁଗଲ୍‌ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ବୟାନ ଦେଇନାହିଁ।

playstoreସୂଚନା ମୁତାବକ ଗତ ମଙ୍ଗଳବାର ଦିନ ମଙ୍ଗଳବାର ଦିନ ଗୁଗୁଲ କହିଛି , ପ୍ଲେ ଷ୍ଟୋର ମାଧ୍ୟମରେ ଡିଜିଟାଲ ସାମଗ୍ରୀ ବିକ୍ରୟ କରୁଥିବା ଏକ ଆପକୁ ଗୁଗୁଲ ପ୍ଲେ ବିଲିଂ ସିଷ୍ଟମ ବ୍ୟବହାର କରିବାକୁ ପଡିବ ଏବଂ ଆପରୁ ବିକ୍ରୀ ହୋଇଥିବା ସମାଗ୍ରୀର ଏକ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। ଏନେଇ ପୂର୍ବରୁ ଏହି ନିୟମ ହୋଇସାରିଥିବା କମ୍ପାନୀ କହିଛି, କିନ୍ତୁ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ। ନୂଆ ପଲିସି ଆସନ୍ତା ବର୍ଷ ଠାରୁ ଲାଗୁ ହେବ।