ଚୌଦ୍ୱାର: କୁସୁନୁପୁର ଗ୍ରାମ ଝୁମ୍ପୁଡି ସାହି ଆଦିବାସୀ ବସ୍ତିରେ ଦୁଇଗୋଷ୍ଠୀ ମଧ୍ଯରେ ବଚସା ସହ ମୁହାଁମୁହିଁ

ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ କରି ପଚାଂୟତ ଅନ୍ତର୍ଗତ କୁସୁନୁପୁର ଗ୍ରାମ ଝୁମ୍ପୁଡି ସାହି ଆଦିବାସୀ ବସ୍ତିରେ ଦୁଇଗୋଷ୍ଠୀ ମଧ୍ଯରେ ବଚସା ସହ ମୁହାଁମୁହିଁ । ଚୌଦ୍ୱାର ଥାନାରେ ସରପଂଚ ୱାର୍ଡ ସଭ୍ଯଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। କିଛିଦିନ ତଳେ ଏହି ବସ୍ତିରେ ସରକାରୀ ଯୋଜନା ବାଟବଣା ଏବଂ ସବୁପ୍ରକାର ମୌଳିକ ସୁବିଧାରୁ ବଚିଂତ ବୋଲି ଏକ ବୈଦିକ ଗଣମାଧ୍ଯମରେ ପ୍ରକାଶ ପାଇଥିଲା।

ଏନେଇ  ସରପଂଚ, ୱାର୍ଡସଭ୍ଯ , ଆତ୍ମର ଅଧକ୍ଷ୍ୟ, ଗଣମାଧ୍ଯମ ଓ କିଛି ଗ୍ରାମବାସୀ ଏ ବିଷୟରେ ସେଇ ବସ୍ତିକୁ ଅନୁସନ୍ଧାନ କରିବା ପାଇଁ ଯାଇଥିଲେ । କିନ୍ତୁ ସେଇ ବସ୍ତିରେ ଜଣେ ଖଳ ପ୍ରକୃତି ଯୁବକ ଆସି ଗାଳିଗୁଲଜ କରିଥିଲେ । ଏନେଇ ସରପଂଚ ,ୱାର୍ଡସଭ୍ଯ ଉକ୍ତ ବ୍ଯକ୍ତିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ନିର୍ଦ୍ଧିଷ୍ଟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ଖବର ଭିତ୍ତିହୀନ ଏହା ମୋ ପଚାଂୟତକୁ ମୋ ସରକାରଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ବୋଲି କହିଛନ୍ତି ସରପଂଚ ।

ଅନ୍ଯପଟେ ଏହି ବସ୍ତି କୁସୁନୁପୁର ଗ୍ରାମର ଗୋଟେ ପଡାବସ୍ତି । ଏହି ବସ୍ତିକୁ ରାସ୍ତା ପାଇଁ ଟଙ୍କା , ମନରେଗା ଯୋଜନାରେ ପୋଖରୀ ଖୋଳିବା ପାଇଁ ଟଙ୍କା ଦିଆଯାଇଥିଲାବେଳେ ଏହି ବସ୍ତିରେ ପିଇବା ପାଣି ପାଇଁ ତିନୋଟି ନଳକୂପ , ବିଦ୍ୟୁତ୍‌ , ମୋକୁଡିଆ , ଭତା ମଧ୍ଯ ଦିଆଯାଇଛି । ପ୍ରକାଶ ପାଇଥିବା ଖବର ଏକ ଯୋଜନା ବୋଲି କହି ଖଣ୍ଡନ କରିଛନ୍ତି ବ୍ଲକ୍‌ ଆତ୍ମା ଅଧକ୍ଷ୍ୟ ନିବାସ ପାଣ୍ଡବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.