Below header

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୨୮୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ଆଉ ୧୨୮୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୭୫୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୨୭। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୧୯୨ ଆକ୍ରାନ୍ତ ରହିଛନ୍ତି।

 କଳାହାଣ୍ଡିରୁ ୧୦୮, ବରଗଡ଼ରୁ ୮୪, ସମ୍ବଲପୁର ଓ ନୂଆପଡ଼ାରୁ ୮୨ ଲେଖୋଏଁ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୁଳରୁ ୪୯ କେସ୍‌ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮ରେ ପହଞ୍ଚିଛି। ୩ଲକ୍ଷ ୩୮ହଜାର ୮୯୦ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛି ୫ହଜାର ୯୪୧।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.