ଆଜିଠୁ ଆଇପିଏଲର ୧୪ତମ ସଂସ୍କରଣ, ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ମୁହାଁମୁହିଁ

କେନ୍ଯୁଜ୍: ଆଜିଠୁ ଫଟାଫଟ କ୍ରିକେଟର ମହାସମର। ଖେଳାଯିବ ଇଣ୍ଡିଆନ କ୍ରିକେଟ ଲିଗ୍‌- ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମ୍ୟାଚ୍। ମୁହାଁମୁହିଁ ହେବେ ଗତ ଥରର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଳୁର। ସଂଧ୍ୟା ସାଢେ ୭ଟାରେ ଚେନ୍ନାଇରେ ଖେଳାଯିବ ପ୍ରଥମ ମ୍ୟାଚ୍‌। ଚଳିତ ଥର କୌଣସି ଘରୋଇ ଟିମ୍‌କୁ ନିଜ ଷ୍ଚାଡିୟମରେ ଖେଳିବାକୁ ସୁଯୋଗ ମିଳିବ ନାହିଁ। କରୋନା ପାଇଁ ବିନା ଦର୍ଶକରେ ଖେଳାଯିବ ସମସ୍ତ ମ୍ୟାଚ୍‌ । ୨୦୧୯ ଓ ୨୦୨୦ରେ ଲଗାତର ଦୁଇ ଥର ଚାମ୍ପିଅନ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍‌ସ ।

ଭଲ ପ୍ରଦର୍ଶନ ସହ ହାଟ୍ରିକ ଚାମ୍ପିଅନ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଦଳ। ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ପ୍ରଚଣ୍ଡ ଖରାରେ ଜୋରଦାର ପ୍ରାକ୍‌ଟିସ୍‌ କରୁଛନ୍ତି । ସ୍ଥାନୀୟ ଜଳବାୟୁକୁ ଖାପ ଖୁଆଇବା ପାଇଁ ଖରାରେ ଚଳାଇଛନ୍ତି ଅଭ୍ୟାସ । ଦଳରେ ୬ ଜଣ ମ୍ୟାଚ୍‌ ଓ୍ଵିନର ରହିଛନ୍ତି, ଯେଉଁମାନେ ଏକୁଟିଆ ଦଳକୁ ଜିତାଇବାରେ ସକ୍ଷମ।

ସେପଟେ ଏପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ହାସନ କରିନଥିବା ଆର୍‌ସିବି ଏଥର ଚମ୍ପିଆନ ହେବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ। ଦଳରେ ମାକ୍ସୱେଲଙ୍କୁ ସାମିଲ କରିି ବାଜି ଜିତିବାକୁ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଅଭ୍ୟାସ ମ୍ୟାଚରେ ମାକ୍ସୱେଲଙ୍କ ଚୌକା ଓ ଛକା ବର୍ଷାର ଭିଡିଓ ଜାରି କରିଛି ଦଳ। ବିରାଟ କୋହଲିଙ୍କ ଉପରେ ମଧ୍ୟର ଦଳର ଭାଗ୍ୟ ନିର୍ଭର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.