Below header

ବାଲେଶ୍ୱର: ଭାରସାମ୍ୟ ହରାଇ ଓଲଟିଲା ଝାଡଖଣ୍ଡରୁ ପୁରୀ ଆସୁଥିବା ତାର୍ଥଯାତ୍ରୀ ବସ୍‌ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର(କେନ୍ୟୁଜ୍) : ଓଲଟିଲା ବସ୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ତାର୍ଥଯାତ୍ରୀ। ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ୫୨ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବାହୁଡା ଦେଖିବାକୁ ଝାଡଖଣ୍ଡରୁ ପୁରୀ ଆସୁଥିଲା। ଏହି ସମୟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ନୟନଯୋରୀକୁ ଖସି ପଡିଥିଲା। ତେବେ ସୌଭାଗ୍ୟବଶତଃ ତୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ। ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.