ଆସନ୍ତାକାଲି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତାକାଲି ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ଦିନ ୧୧ଟା ୪୫ରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ। ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଏଜେଣ୍ଡା ସମ୍ପର୍କରେ ଜଣାପଡିନି। ତେବେ ବଜେଟ୍‌ ବ୍ୟୟବରାଦ ନେଇ ସଂଶୋଧନ ଆସିପାରେ। ଏହି ପ୍ରସ୍ତାବକୁ ସମ୍ଭବତଃ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଦିଆଯିବ। ବଜେଟ୍‌ ଅଧିବେଶନ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ଦିଆଯାଇଥିଲା। ବିଜେଡି ପଞ୍ଚମ ପାଳି ସରକାରଙ୍କ ଏହା ଦ୍ୱିତୀୟ ବୈଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.