Below header

ବାଲେଶ୍ୱର: ଗୋଟିଏ ବାଇକରେ ତିନିଜଣ ପୋଲିସ କର୍ମଚାରୀ, ଭିଡିଓ ଭାଇରାଲ ହେବା ପରେ ଜୋର ଧରିଛି ଚର୍ଚ୍ଚା

ବାଲେଶ୍ୱର(କେନ୍ୟୁଜ୍): ନୂଆ ମୋଟର ଯାନ ଆଇନ ଲାଗୁ ହେବ ପରଠାରୁ ଲୋକଙ୍କ ମନରେ ଛନକା। ଖାଲି ସାଧାରଣ ଲୋକେ ନିୟମର ଉଲ୍ଲଙ୍ଘନ କରିନାହାନ୍ତି, ବହୁ ସମୟରେ ପୋଲିସ ମଧ୍ୟ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ବାଲେଶ୍ୱର ଏଡିଏମ ଛକ ନିକଟରେ ଦେଖିବାକୁ ମିଳିଛି। ଗତକାଲି ରାତିରେ ୨ଜଣ ପୁରୁଷ ପୋଲିସ କର୍ମଚାରୀଙ୍କ ସହ ଜଣେ ମହିଳା ପୋଲିସ କର୍ମଚାରୀ ବାଇକରେ ଯାଉଥିବା ଦେଖାଯାଇଛି। ମୋଟର ଯାନ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ପଡୁଥିବା ବେଳେ ପୋଲିସର ଏହି ଆଚରଣକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର। ଏହି ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କେଉଁ କାର‌୍ୟ୍ୟାନୁଷ୍ଠାନ ହେବ ତାକୁ ନେଇ ବେଶ ଆଲୋଚନା ହେଉଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.