ଦେଖନ୍ତୁ ଛାତି ଥରା ଏହି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲା ଏହି ଅଷ୍ଟ୍ରେଲିୟ ଖେଳାଳିଙ୍କ ଜୀବନ
ମୋଟର ସ୍ପୋର୍ଟସର ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା ପାଇଁ ଆଜି ଦୁନିଆ ସାରା ବହୁତ ଯୁବ ପ୍ରତିଭା ଆଗକୁ ଆସୁଛନ୍ତି । ଏହି ଖେଳରେ ଅବିଶ୍ବସନୀୟ ପ୍ରଦର୍ଶନ କରି ନିଜ ନା ମଧ୍ୟ କରୁଛନ୍ତି । କିନ୍ତୁ ଏହି ଖେଳ ଜୀବନ ପ୍ରତି ବିପଦ ବୋଲି ଜାଣି ମଧ୍ୟ ଏଥିରେ ରୁଚି ରଖୁଥିବା ଖେଳାଳିମାନେ ଜୀବନକୁ ବାଜି ଲଗାଇ ବିଭିନ୍ନ ଷ୍ଟଣ୍ଟ ପ୍ରଦର୍ଶନ କରିଥାନ୍ତି । ଏହି ଖେଳରେ ବାରମ୍ବାର ମୋଟର ସ୍ପୋର୍ଟସ କାର ଗୁଡିକ କ୍ରାସ୍ ହୋଇଥାଏ ।
ଏହାସହ ପଢନ୍ତୁ:
ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଲେ ଅଷ୍ଟ୍ରେଲିଆର ଏହି କ୍ରିକେଟର, ଖୁବ୍ ଶୀଘ୍ର କରିବେ ବିବାହ
ଏହି ପରିପେକ୍ଷୀରେ ଶନିବାର ଇଟାଲିର ମୋନଜା ସର୍କିଟ ଠାରେ ଏକ କ୍ବାଲିଫାଇଙ୍ଗ ସେସନ୍ ସମୟରେ ଆଲେକ୍ସ ପିରୋନି ଯିଏକି ଜଣେ ଫର୍ମୁଲା ୩ ଡ୍ୟାଇଭର ନିଜର ମୋଟରସ୍ପୋର୍ଟସ ପ୍ରଦର୍ଶନ କରୁଥିବା ସମୟରେ ଭାଗ୍ୟବଶତଃ ଏକ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ୧୯ ବର୍ଷିୟ ଖେଳାଳି ଜଣଙ୍କ ରୋଲ କେଜ୍ କାରଣରୁ ଦୁର୍ଘଟଣାରୁ ରକ୍ଷା ପାଇବାରେ ସଫଳ ହୋଇଛନ୍ତି । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ।
ଦେଖନ୍ତୁ ଭିଡିଓ:
We are all extremely relieved that Alex Peroni walked away from this crash during Race 1 in Monza.
He is currently under medical observation.#ItalianGP #F3 pic.twitter.com/UdlcFSIqBH
— Formula 3 (@FIAFormula3) September 7, 2019