Below header

ଭୁବନେଶ୍ୱର ଉପକଣ୍ଠ ଦୟା ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଚାଳକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦୟା ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଇଟିପୂରର ମୁନା ବେହେରା । ତେବେ ଏହି ଘଟଣାକୁ କେନ୍ଦ୍ରକରି ଦୟା ବ୍ରିଜ ନିକଟରେ ସ୍ଥାନୀୟ ଲୋକମାନେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ କ୍ଷତି ପୂରଣ ପ୍ରଦାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହାସହିତ ଦୁର୍ଘଟଣା ଘଟାଇ ଥିବା କାରଟିକୁ ବାଡେଇ ଭାଙ୍ଗିଦେବା ସହ  ନିଆଁ ଲଗାଇ ଦେଇଥିଲେ।

ଖବରପାଇ ପୋଲିସ୍ , ଦମକଳ ବାହିନୀ ସହାୟତାରେ କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ପୋଲିସ୍ ମୃତ ଶରୀରକୁ ଘଟଣାସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଲାଗିରହିଥିବା ଉତ୍ତେଜନାକୁ ଥମାଇବା ପାଇଁ ପୋଲିସ୍ ଚେଷ୍ଟା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.