ସୈଫ୍‌ଙ୍କ ଚା’ ଦୋକାନରେ ବସିଥିବାର ନଜର ଆସିଲେ ସାରା ଅଲ୍ଲୀ ଖାନ, ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ତାଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ଏବଂ ଭିଡିଓ ସବୁବେଳେ ପ୍ରାୟ ଭାଇରାଲ ହୋଇଥାଏ। ଏବେ ସାରା ପୁଣିଥରେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହାକୁ ଖୁବ୍‌ ପ୍ରଶଂସା କରାଯାଉଛି।

ସାରା ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଛନ୍ତି। ଏଥିରେ ସାରା ଦେଶୀ ଅନ୍ଦାଜରେ ନଜର ଆସୁଛନ୍ତି। କିନ୍ତୁ ଏହି ଫଟୋର ଚର୍ଚ୍ଚାର କାରଣ ହେଉଛି ଏହାର ବ୍ୟାକ୍‌ଗ୍ରାଉଣ୍ଡ। ଫଟୋରେ ସାରା ଏକ ଚା’ ଦୋକାନରେ ବସିଥିବା ଦେଖିବାକୁ ମିଳୁଛନ୍ତି। ଦୋକାନର ନାଁ ରହିଛି, ସୈଫ୍‌ ଚା’ ବାଲା। ଫଟୋ ଶେୟାର କରି ସାରା ଲେଖିଛନ୍ତି, ‘ଆଇ ଲଭ୍‌ ମାଇଁ ଡାଡ୍‌’।

ସାରା ସୋସିଆଲ ମିଡିଆରେ ଏମିତି କିଛି ନା କିଛି କରିଥାଆନ୍ତି, ଯାହାକି ଚର୍ଚ୍ଚାକୁ ଆସିଯାଇଥାଏ। କିଛିଦିନ ତଳେ ସେ ନିଜର କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ରୟାଲ ଲୁକ୍‌ରେ ନଜର ଆସିଥିଲେ। ସାରା ଫଟୋ ସହିତ ଲେଖିଥିଲେ, ‘ସୁଶୀଳ, ଘରୋଇ, ସଂସ୍କାରୀ ଝିଅ ପାଇଁ ବିବାହର କୌଣସି ପ୍ରପୋଜାଲ୍‌ ଅଛି କି?’ ତେବେ ଓ୍ଵାର୍କଫ୍ରଣ୍ଟ କଥା ଦେଖିଲେ, ସାରା ଅଲ୍ଲୀ ଖାନ ଖୁବ୍‌ଶୀଘ୍ର ‘ଅତରଙ୍ଗୀ’ରେ ନଜର ଆସିବେ।

 

View this post on Instagram

 

A post shared by Sara Ali Khan (@saraalikhan95)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.