Below header

ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା, ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି

ବାଙ୍କୁଡାରେ ଦୁଇ ମାଲବାହୀ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ୧୩ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି। ଖଡଗପୁର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ପଶ୍ଚିମବଙ୍ଗ(କେନ୍ୟୁଜ୍):  ପୁଣି ଟ୍ରେନ୍‌ ଟ୍ରାଜେଡି । ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା । ବାଙ୍କୁଡାରେ ଦୁଇ ମାଲବାହୀ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ୧୩ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି। ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଆଜି ଭୋର ୪ଟା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଗୋଟିଏ ମାଲଗାଡିକୁ ଆଉ ଏକ ମାଲଗାଡି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମାଲଗାଡ଼ିର ଜଣେ ଲୋକ ପାଇଲଟ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.