SEBI ରେ ସୁଯୋଗ, ଲ’ କରିଥିଲେ କରନ୍ତୁ ଆବେଦନ

SEBI ୨୫ ପଦବୀ ଖାଲି । ଲ’ରେ ସ୍ନାତକ କରିଥିଲେ ତୁରନ୍ତ ୯ ଜୁଲାଇ ଭିତରେ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ sebi.gov.in କୁ ଯାଇ ଗ୍ରେଡ ଏ ପଦବୀ ପାଇଁ ଆବେଦନ କରିପାରିବେ ।

ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI)ରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ୯ ଜୁଲାଇ ଭିତରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ sebi.gov.in କୁ ଯାଇ ଗ୍ରେଡ ଏ ପଦବୀ ପାଇଁ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପ୍ରକ୍ରିୟା ୨୨ ଜୁନରୁ ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ୨୫

ଆସିଷ୍ଟାଣ୍ଟ ମ୍ୟାନେଜର

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ/ସଂସ୍ଥାରୁ ଲ’ରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ସରଂକ୍ଷିତ/ଓବିସି/ EWS ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ପିଡବ୍ୟୁଲଡି ପ୍ରାର୍ଥୀ ୧୦୦ ଟଙ୍କା ଏବଂ ୧୮% ଜିଏସଟି  ଦେବାକୁ ପଡିବ ।

କେମିତି ହେବ ଚୟନ : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ୩ଟି ପ୍ରକ୍ରିୟାରେ ହେବ । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ସ୍କ୍ରିନିଂ ପରୀକ୍ଷା(୧୦୦ ମାର୍କ), ଦ୍ବିତୀୟ ପର୍ଯ୍ୟାୟରେ ଅନଲାଇନ ପରୀକ୍ଷା (୧୦୦), ପର୍ଯ୍ୟାୟ ୩ରେ ସାକ୍ଷାତକାରରେ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.sebi.gov.in/sebi_data/careerfiles/jun-2023/1687350526589.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.