ତ୍ୱଚା ଉଜ୍ଜ୍ୱଳ କରିବା ପାଇଁ ଚେହେରାରେ ଲଗାନ୍ତୁ ପଟାଟୋ ଆଇସ୍‌କ୍ୟୁବ୍‌

ତ୍ୱଚାକୁ ସୁନ୍ଦର ରଖିବା ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଉତ୍ପାଦ ମଧ୍ୟ ମିଳୁଛି । କିନ୍ତୁ ଆପଣ ଘରୋଇ ଉପଚାରରେ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁନ୍ଦର କରି ପାରିବେ । ଆପଣ ଘରେ ଥିବା ଆଇସ୍‌କ୍ୟୁବ୍‌କୁ ନିଜ ତ୍ୱଚାରେ ଲଗାଉଥିବେ । ପଟାଟୋ ଆଇସ୍‌କ୍ୟୁବ୍‌ ଲଗାଇବା ଦ୍ୱାରା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇ ପାରିବ ।

ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ରଖିବା ପାଇଁ ଆପଣ ବିଭିନ୍ନ ପ୍ରକାର ଉପାୟକୁ ନିଶ୍ଚିତ ଆପଣାଉ ଥିବେ । ତ୍ୱଚାକୁ ସୁନ୍ଦର ରଖିବା ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଉତ୍ପାଦ ମଧ୍ୟ ମିଳୁଛି । କିନ୍ତୁ ଆପଣ ଘରୋଇ ଉପଚାରରେ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁନ୍ଦର କରି ପାରିବେ । ଆପଣ ଘରେ ଥିବା ଆଇସ୍‌କ୍ୟୁବ୍‌କୁ ନିଜ ତ୍ୱଚାରେ ଲଗାଉଥିବେ । କିନ୍ତୁ କେବେ ପଟାଟୋ ଆଇସ୍‌କ୍ୟୁବ୍‌କୁ ମୁହଁରେ ଲଗାଇଛନ୍ତି କି? ଏହି ପଟାଟୋ ଆଇସ୍‌କ୍ୟୁବ ଲଗାଇଲେ କଣ ଲାଭ ମିଳିବ ତାହା ଆମେ ଆପଣଙ୍କୁ ଜଣାଇବୁ । ପଟାଟୋ ଆଇସ୍‌କ୍ୟୁବ୍‌ ଲଗାଇବା ଦ୍ୱାରା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ଏହି ଆଇସ୍‌କ୍ୟୁବ୍‌ର ଫାଇଦା ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ ।

ପଟାଟୋ ଆଇସ୍‌କ୍ୟୁବ୍‌ର ଫାଇଦା:
୧. ଆଲୁରେ ଭିଟାମିନ ସି, ମ୍ୟାଗ୍ନେସିୟମ, ଫୋଲେଟ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ତତ୍ୱ ମିଳିଥାଏ । ଏପରିସ୍ଥିତିରେ ପଟାଟୋ ଆଇସ୍‌କ୍ୟୁବ୍‌ ଲଗାଇବା ଦ୍ୱାରା ଆପଣଙ୍କ ଚେହେରାକୁ ସତେଜତା ମିଳିବ । ଏହା ବାର୍ଦ୍ଧକ୍ୟର ପ୍ରଭାବକୁ ମଧ୍ୟ କମ କରିଥାଏ ।

୨. ଗରମ ପାଇଁ ଯଦି ଆପଣଙ୍କ ଚେହେରା କଳା ପଡ଼ିଯାଇଛି ଏବଂ ତ୍ୱଚା ଟ୍ୟାନିଂ ହୋଇଥିଲେ ଆପଣ ଆଇସ୍‌କ୍ୟୁବ୍‌ର ବ୍ୟବହାର କରିପାରିବେ । ଏହା ଟ୍ୟାନିଂ ସମସ୍ୟାକୁ ଦୂର କରିଥାଏ ଏବଂ ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ ।

୩. ଆଳୁରେ ଭିଟାମିନ ବି ମାତ୍ରା ଅଧିକ ଥାଏ । ଏହା ସହିତ ଏଥିରେ ଆଇରନର ମାତ୍ରା ରହିଥାଏ । ଏପରି ପରିସ୍ଥିତିରେ ଆଇସ୍‌କ୍ୟୁବ୍‌ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ଦାଗ ଓ ଚିହ୍ନ ଦୂର ହୋଇଥାଏ । ଡାର୍କ ସର୍କଲ ସମସ୍ୟା ଅନେକ ମାତ୍ରାରେ କମ୍‌ ହୋଇଥାଏ ।

୪.କୌଣସି ପ୍ରକାର ସ୍କିନ ଇନ୍ଫେକ୍ସନରେ ଆପଣ ପଟାଟୋ ଆଇସ୍‌କ୍ୟୁବ୍‌ ବ୍ୟବହାର କରି ପାରିବେ । ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ ।

୫. ଆଳୁରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଆପଣଙ୍କ ତ୍ୱଚାକୁ ସନ୍‌ ଡ୍ୟାମେଜରୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଚେହେରାର ଡିପ୍‌ କ୍ଲିନିଙ୍ଗ ହୋଇଥାଏ । ଆଖି ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ପଟାଟୋ ଆଇସ୍‌କ୍ୟୁବ୍‌ ଲାଭଦାୟକ ହୋଇଥାଏ ।

ଏହି ପଟାଟୋ ଆଇସ୍‌କ୍ୟୁବ୍‌ ପ୍ରସ୍ତୁତ କରିବା ପାଇଁ ଗୋଟିଏ ବଡ଼ ଆଳୁ ନିଅନ୍ତୁ । ୫- ୬ ଚାମଚ କ୍ଷୀର ନିଅନ୍ତୁ । ଏସେନ୍ସସିଆଲ ଅଏଲ ୫-୬ ବୁନ୍ଦା ନିଅନ୍ତୁ । ଆଳୁକୁ ପ୍ରଥମେ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ ପରେ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ବତ୍ତର୍ମାନ ଆଳୁକୁ ଛାଣି ଏହାର ରସକୁ ଏକ ପାତ୍ରରେ ରଖନ୍ତୁ । ଏଥିରେ କ୍ଷୀର ଭଲଭାବେ ମିଶ୍ରଣ କରନ୍ତୁ । ପରେ ଏସେନ୍ସସିଆଲ ଅଏଲ ୫-୬ ବୁନ୍ଦା ମିଶାନ୍ତୁ । ଏହି ମିଶ୍ରଣକୁ ଆଇସ୍‌ ଟ୍ରେ ରେ ରଖି ଫ୍ରିଜରେ ବରଫ ହେବା ପାଇଁ ଛାଡ଼ି ଦିଅନ୍ତୁ ।

ଆଇସ୍‌କ୍ୟୁବ୍‌ ପ୍ରସ୍ତୁତ ହେବା ପରେ କୌଣସି ଏକ ସଫା ସୂତା କପଡ଼ା କିମ୍ବା ରୁମାଲରେ ଗୁଡ଼ାଇ ଏହାକୁ ତ୍ୱଚାରେ ଲଗାନ୍ତୁ । ପଟାଟୋ ଆଇସ୍‌କ୍ୟୁବ୍‌ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ । ଆଇସ୍‌କ୍ୟୁବ୍‌ରେ ଆପଣଙ୍କ ଚେହେରାକୁ ହାଲୁକା ମସାଜ କରନ୍ତୁ । ଏହା ପରେ ତ୍ୱଚାକୁ ୫-୬ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । କିଛି ସମୟ ପରେ ସଫା ପାଣିରେ ମୁହଁକୁ ଭଲ ଭାବେ ସଫା କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଚେହେରାରେ ପରିବର୍ତ୍ତନ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.