ସରିଲା ମରାମତି, ୫୧ ଘଣ୍ଟା ପରେ ଗଡ଼ିଲା ଟ୍ରେନ

ବାହାନଗାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି । ଟ୍ରାକ୍‌ ମରାମତି ପରେ ପରୀକ୍ଷାମୂଳକ ଭାବରେ ଗଡ଼ିଲା ମାଲବାହୀ ଟ୍ରେନ୍‌ । ଦୁର୍ଘଟଣାର ୫୧ ଘଣ୍ଟା ପରେ ସ୍ୱାଭାବିତ ହୋଇଛି ଡାଉନ୍‌ ଲାଇନ୍‌ । ଉଭୟ ଅପ୍‌ ଓ ଡାଉନ୍‌ ଲାଇନ୍‌ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେବା ପରେ ପରୀକ୍ଷା ମୂଳକ ଭାବେ ଗଡ଼ିଲା ମାଲ୍‌ବାହୀ ଟ୍ରେନ୍‌ ।

ଏହି ସମୟରେ ଉପସ୍ଥିତ ଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ୍‌ ଗଡ଼ିବା ବେଳେ ରେଳମନ୍ତ୍ରୀ ହାତ ଯୋଡ଼ି ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା । ଗତକାଲି ରାତି ୧୦ଟା ୪୦ ମିନିଟରେ ମାଲବାହୀ ଟ୍ରେନ୍‌ ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଥିଲା । ଏହି ରୁଟ୍‌ ଦେଇ ନିର୍ଦ୍ଦିଷ୍ଟ ଭାବରେ କେବେଠାରୁ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

କିନ୍ତୁ ବୁଧବାର ସକାଳ ସୁଦ୍ଧା ଉଭୟ ଲାଇନରେ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଜୋରଦାର କାମ ଚାଲିଛି । ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାମର ତଦାରଖ କରୁଛନ୍ତି । ପୁନରୁଦ୍ଧାର କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ ।

ଦୁର୍ଘଟଣା ପରେ ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରେଳ ଧାରଣା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ । ଏଥିପାଇଁ ସୁପାରିଶ କରିଛି ରେଲୱେ ବୋର୍ଡ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.