ଗରିଲା ଯୁଦ୍ଧ ପାଇଁ ଲାଲବାହିନୀର ପ୍ରସ୍ତୁତି: ମାଲକାନଗିରି ସୀମାରେ ଟ୍ରେନିଂ କ୍ୟାମ୍ପ

ମାଲକାନଗିରି: ଓଡ଼ିଶା ସୀମାରେ ସଂଗଠିତ ହେଉଛି ଲାଲବାହିନୀ। ଶକ୍ତି ବୃଦ୍ଧି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ମାଓବାଦୀ କ୍ୟାମ୍ପ ଚାଲିଛି । ପୋଲିସ ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ କେମିତି ଆହତ ସାଥି ମାଓବାଦୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ, ସେନେଇ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷ କରି ମହିଳା ମାଓବାଦୀମାନଙ୍କୁ ଅଧିକ ତାଲିମ ଦିଆଯାଉଛି। କାରଣ ବିଭିନ୍ନ ସମୟରେ ପୋଲିସ ଏନ୍‌କାଉଣ୍ଟରର ଶିକାର ହେଉଛନ୍ତି ଅଧିକାଂଶ ମହିଳା ମାଓବାଦୀ। ସେମାନେ କିଭଳି ନିଜକୁ ସୁରକ୍ଷିତ ରଖିବେ ଓ ଆହତ ସାଥିମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବେ ସେନେଇ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯାଇଛି। ତାଲିମ ଦେଉଛନ୍ତି ସଂଗଠନର ବଛା ବଛା ମାଓ କମାଣ୍ଡର।

mao trainingଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀ କ୍ୟାମ୍ପ ଚାଲିଥିବାର ଭିଡିଓ ଏବେ ପଦାକୁ ଆସିଛି। ଟ୍ରେନିଂ କ୍ୟାମ୍ପରେ ସୁକ୍‌ମା, ବିଜାପୁର, ବସ୍ତର, ତେଲେଙ୍ଗାନା ଏବଂ ଓଡ଼ିଶାର ଅନେକ କ୍ୟାଡର ମାଓବାଦୀ ସାମିଲ ହୋଇଥିବା ସୂଚନା ମିଳିଛି। କ୍ୟାମ୍ପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଶିକ୍ଷଣ ବି ଦିଆଯାଉଛି । ଏହି ଭିଡିଓ ସାମନାକୁ ଆସିବା ପରେ ମାଓବାଦୀଙ୍କ ଗୁପ୍ତ ରଣନୀତିର ପର୍ଦ୍ଦାଫାସ ହୋଇଛି। ଆଗକୁ ଲାଲବାହିନୀ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା କୁହାଯାଉଛି । ସେପଟେ ମାଓବାଦୀଙ୍କୁ ନିପାତ କରିବା ପାଇଁ ସିକ୍ରେଟ ଷ୍ଟ୍ରାଟେଜି କରାଯାଉଛି। ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଭଳି ମାଓବାଦୀ ଉପଦ୍ରୁତ ରାଜ୍ୟରେ ଆରମ୍ଭ ହେବ ଅପରେସନ୍ ଅଲ୍ ଆଉଟ୍। ଏଥିପାଇଁ ଟପ୍ କମାଣ୍ଡରମାନଙ୍କର ତାଲିକା ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.