ବାଘକୁ ଟ୍ରାଙ୍କୁଲାଇଜ ଉଦ୍ୟମ ପଣ୍ଡ, ଜାଲ ଉପର ଡେଇଁ ପଳାଇଲା

ବାଘକୁ ଟ୍ରାଙ୍କୁଲାଇଜ ଉଦ୍ୟମ ପଣ୍ଡ। ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜରେ ଟିମନା ନିକଟରେ ସକାଳେ ଦେଖାଦେଇଥିବା ବାଘକୁ ଟ୍ରାଙ୍କୁଲାଇଜ କରିବାରେ ବନବିଭାଗ ଫେଲ। ବାଘକୁ କାବୁ କରିବାକୁ ବନବିଭାଗ ସମସ୍ତ ପ୍ରସ୍ତୁତି କରିଥିଲା। ସ୍ୱତନ୍ତ୍ର ଜାଲ ବିଛାଇବା ସହ ଛେଳି ଓ କୁକୁଡ଼ା ମଧ୍ୟ ରଖାଯାଇଥିଲା।

ସୁନ୍ଦରଗଡ଼(କେନ୍ୟୁଜ୍‌) :  ବାଘକୁ ଟ୍ରାଙ୍କୁଲାଇଜ ଉଦ୍ୟମ ପଣ୍ଡ। ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜରେ ଟିମନା ନିକଟରେ ସକାଳେ ଦେଖାଦେଇଥିବା ବାଘକୁ ଟ୍ରାଙ୍କୁଲାଇଜ କରିବାରେ ବନବିଭାଗ ଫେଲ। ବାଘକୁ କାବୁ କରିବାକୁ ବନବିଭାଗ ସମସ୍ତ ପ୍ରସ୍ତୁତି କରିଥିଲା। ସ୍ୱତନ୍ତ୍ର ଜାଲ ବିଛାଇବା ସହ ଛେଳି ଓ କୁକୁଡ଼ା ମଧ୍ୟ ରଖାଯାଇଥିଲା।

କିନ୍ତୁ ଶେଷ ମୂହୁର୍ତ୍ତରେ ବାଘ ଜାଲ ଉପର ଡେଇଁ ପଳାଇ ଯାଇଛି। ଦିନଯାକ ଗୋଟିଏ ଜାଗାରେ ଲୁଚି ରହିବା ପରେ ଶେଷରେ ଅନ୍ୟତ୍ର ପଳାଇଛି। ତେବେ ଆଜି ରାତିରେ ବାଘକୁ ଠାବ କରିବାକୁ ଚେଷ୍ଟା କରାଯିବ। ବାଘ ପାଣି ପିଇବାକୁ ପୁଣି ବାହାରିପାରେ। ତେଣୁ ଲୋକମାନେ ଘରୁ ନବାହାରିବାକୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଡିଏଫଓ ଅନୁରୋଧ କରିଛନ୍ତି। ସେପଟେ ବାଘ ପାଇଁ ଗାଁରେ ଭୟର ବାତାବରଣ ଖେଳିଯାଇଛି।.