ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଫାଟିଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ୪ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମଫେଡ ଛକରେ ଅଘଟଣ । ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଓମଫେଡ୍‌ ଅଫିସ ଗେଟ୍‌ ସମ୍ମୁଖରେ ଥିବା ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟିଛି । ଯାହାଫଳରେ ନିକଟରେ ଥିବା ୪ ଜଣ ଲୋକ ଗୁରୁତର ହୋଇଛନ୍ତି ।

ବିଦ୍ୟୁତ ଟ୍ରାନସଫର୍ମର ଫାଟିବାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଛାନ୍‌ଭିନ୍‌ କରୁଛନ୍ତି । ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକ । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.