ପାରାଦୀପ: ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ବ୍ଲାକରୋଜ ଜାହାଜରେ ପିଟି ହେଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ

ପାରାଦୀପ: ବୁଡ଼ିଗଲା ମାଛଧରା ଟ୍ରଲର। ଆଜି ସକାଳେ ଟ୍ରଲରଟି ସମୁଦ୍ରରେ ମାଛଧରି ଫେରୁଥିବା ବେଳେ ବ୍ଲାକରୋଜ ଜାହାଜରେ ପିଟି ହୋଇଯାଇଥିଲା। ତେବେ ୬ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଡି ଯାଉଥିବା ମତ୍ସ୍ୟଜୀବୀଙ୍କୁ ଘଟଣାସ୍ଥଳରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତେବେ ବ୍ଲାକରୋଜ ବୁଡିଯାଇଥିବା ସ୍ଥାନରେ ଆଗରୁ ଏକ ସିଗନାଲ୍ ଲାଇଟ୍ ଥିବା ବେଳେ ଏବେ ଏହା ଆଉ ଦେଖା ଯାଉନାହିଁ। ତେଣୁ ସେହି ସ୍ଥାନ ଦେଇ ଆସିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.