ଡାକ୍ତରଖାନାରେ ପୁଣି ଏଭଳି ଅବ୍ଯବସ୍ଥା: ମୋବାଇଲ୍ ଲାଇଟରେ ଚିକିତ୍ସା କରୁଥିବାବେଳେ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଚାନ୍ଦବାଲି(କେନ୍ୟୁଜ): ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେବି କରେଣ୍ଟ ଚାଲିଗରେ ଚିକିତ୍ସା କରିବାକୁ ମୋବାଇଲର ସାହାରା ନେଉଛନ୍ତି ଡାକ୍ତର । କେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ ଉତ୍ତର ଓଡ଼ିଶାର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା । ବିଦ୍ୟୁତ ନଥିବାରୁ ମେଡିକାଲ ସାରା ଅନ୍ଧାର ଆଉ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ହିଁ ଏକମାତ୍ର ଜୀବନ ବଞ୍ଚାଇବାକୁ ଡାକ୍ତରର ସାହାରା ପାଲଟିଥିଲା ।

ମେଡିକାଲର ସବୁ ୱାର୍ଡରେ ଖାଲି ମାଳ ମାଳ ମୋବାଇଲ୍ । ମେଡିକରେ ଗତକାଲି ସନ୍ଧ୍ୟା ୬ଘଟିକରୁ ବିଦ୍ୟୁତ ଚାଲିଯାଇଥିଲା ଆଉ ୯ଟା ପର୍ଯ୍ୟନ୍ତ ଦେଖାନଥିଲା ଆଲୁଅ । ଗର୍ଭବତୀଙ୍କ ଠାରୁ ପ୍ରସୂତି ମହିଳା ଗରମରେ ହାତ ବିଞ୍ଚଣା ଆଉ ମୋବାଇଲ ଲାଇଟି ରେ ଚିକିତ୍ସିତ ହୋଇଥିଲେ । ଉଭୟ ମହିଳା ଓ ପୁରୁଷ ୱାର୍ଡ ସବୁଥିରେ ୨୦ରୁ ଊର୍ଦ୍ଧ୍ବ ରୋଗୀ ଆଡିମିସନ ହୋଇଛନ୍ତି । କିନ୍ତୁ ସମସ୍ତଙ୍କୁ ଏମିତି ହିନସ୍ତା ହେବାକୁ ପଡିଛି । ଗତକାଲି ୨ଜଣ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲକୁ ଆସିଥିଲେ, ହେଲେ ଡାକ୍ତର ତାଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରୁଥିବାବେଳେ ମୃତ୍ୟୁ ଘୋଷଣା କରିଥିଲେ । ମେଡିକାଲରେ ଇଂନଭଟର ଓ ଏକ ବଡ ଡିଜି ଅଛି ହେଲେ ତାହା ଖରାପ ହୋଇ ପଡିଛି ।

ନାହିଁ ନଥିବା  ଅସୁବିଧାର ସମୁଖୀନ ହେଉଛନ୍ତି ରୋଗୀ । ମୋବାଇଲ ଲାଇଟିରେ ଗୁରୁତର ରୋଗୀଙ୍କୁ ଚିକିତ୍ସାକୁ ନେଇ ତୀବ୍ର ପ୍ରତିକିୟା ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଅନ୍ୟପଟରେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେମିତି ହେଲେ ଚିକିତ୍ସା ଚାଲିଛି କାହିଁକି ବିଦ୍ୟୁତ ନାହିଁ ସେକଥା ମେଡିକାଲ ଅଫିସର କହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.