Below header

ଯାଜପୁର: ୧୯୮୯ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅବସରରେ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଭଳି ନୂଆଗାଁ ସ୍ଥିତ ନବ ଭାରତୀ ବିଦ୍ୟା ଭବନ ର ୧୯୮୯ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପୁରୁଣା ଦିନକୁ ମନେ ପକାଇଥିଲେ ।

jajpur1ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ଏହି ଅବସରରେ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ କରିିଥିଲେ । ବନ୍ଧୁ ମିଳନ ଆଳରେ ବିଭିନ୍ନ ସ୍ଥାନରେ ଭୋଜି ଭାତ ଆୟୋଜନ କରାଯାଉଥିବା ବେଳେ ଏଠାରେ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.