Below header

କେନ୍ଦୁଝର: ପୋଲ ତଳକୁ ଖସିପଡି ଛିଣ୍ଡିଗଲା ଟ୍ରକ ଇଞ୍ଜିନ, ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ପୋଲ ତଳକୁ ଖସିପଡିଲା ଟ୍ରକ। ଘଟଣା  ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡା ଘର ନିକଟରେ। ୨୦ ନମ୍ବର ଜାତୀୟ ରାଜପଥ ନିକଟରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ପୋଲ ତଳକୁ  ଟ୍ରକଟି ଖସିପଡିଥିଲା ।

ଟ୍ରକଟି ଝୁଲନ୍ତ ଅବସ୍ଥାରେ ଥିବା ବେଳେ ଦୁର୍ଘଟଣା ଏତେ ମାତ୍ରାରେ ଥିଲା ଯେ ତାର ଇଞ୍ଜନଟି ଅଧା ତଳେ ଗଳି ପଡିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.