ଜିଦ୍‌ ଆଗରେ ହାର୍‌ ମାନିଲା ପରିବାର, ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର ଭାବେ ଇତିହାସ ରଚିଲେ ପୂଜା ଦେବୀ

ସମାଜର ରୁଢ଼ିବାଦୀ ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରି ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର ହୋଇ ଇତିହାସ ରଚିଛନ୍ତି କଠୁଆ ଜିଲ୍ଲାର ପୂଜା ଦେବୀ। ସେ ପ୍ରଥମ ମହିଳାଭାବେ ଜମ୍ମୁ-କଶ୍ମୀରରେ ବସ୍‌ ଚଳାଇଛନ୍ତି। ତିନି ପିଲାଙ୍କ ମା’ପୂଜା ଦେବୀଙ୍କ ପିଲାଦିନର ସ୍ୱପ୍ନ ଥିଲା ବଡ଼ ଗାଡ଼ି ଚଲାଇବା। ନିଜର ଏହି ସଉକକୁ ପୂରଣ କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଯାହାର ଫଳସ୍ୱରୂପ ଆଜି ପୂଜା ଜମ୍ମୁ-କଶ୍ମୀରରେ ବସ୍‌ ଚଳାଇପାରିଛନ୍ତି।

puja

ରିପୋର୍ଟ ମୁତାବକ, ବର୍ତ୍ତମାନ ପୂଜା ଡ୍ରାଇଭିଂ ଟ୍ରେନର ଭାବେ କାମ କରୁଥିଲେ ମଧ୍ୟ ସେ ସବୁବେଳେ ପ୍ରଫେସନାଲ ଡ୍ରାଇଭର ହେବାକୁ ଚାହୁଁଥିଲେ। ପୂଜାଙ୍କ ପରିବାର ଓ ଶ୍ୱଶୁର ଘର ଲୋକ ତାଙ୍କର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିଥିଲେ। ପ୍ରଥମ ଥର ପାଇଁ ଯେତେବେଳେ ସେ ବସ୍‌ ଚଲାଇଥିଲେ ତାଙ୍କ ସାନ ପୁଅ ତାଙ୍କ ସହ ଥିଲା।

pooja devi

ପୂଜା କୁହନ୍ତି, ଯେତେବେଳେ ଜମ୍ମୁ-କଠୁଆ ରୋଡ୍‌ ବସ୍‌ ଷ୍ଟେସନ୍‌ର ପ୍ରେସିଡେଣ୍ଟ କୁଲଦୀପ ସିଂହ ମୋ ଆବେଦନ ସ୍ୱୀକାର କଲେ ମୋତେ ବିଶ୍ୱାସ ହେଲା ନାହିଁ। ସେ ହିଁ ପ୍ରଥମେ ମୋତେ ଡ୍ରାଇଭିଂ କରିବାକୁ ଉତ୍ସାହିତ କରିଥିଲେ। ମାତ୍ର ଘରେ ଯେତେବେଳେ ଏହି କଥା କହିଲି ସେମାନେ ଖୁସି ହେବା ବଦଳରେ ମୋତେ ବିରୋଧ କରିଥିଲେ। ସେମାନେ ମୋତେ ବସ୍‌ ଚଳାଇବାକୁ ଅନୁମତି ଦେଇନଥିଲେ। କିନ୍ତୁ ମୋ ଜିଦ୍‌ ଆଗରେ ସେମାନଙ୍କୁ ହାର୍‌ ମାନିବାକୁ ପଡ଼ିଥିଲା। ଶେଷରେ ଆଜି ମୁଁ ସଫଳ ହୋଇଛି ବୋଲି କହିଛନ୍ତି ପୂଜା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.