କେବଳ ମିଡିଆ ସହିତ ଜନ୍ମଦିନ ପାଳିଲେ ଭାଇଜାନ, ରାସ୍ତା ମଝିରେ କାଟିଲେ କେକ୍

ବଲିଉଡର ଦବଙ୍ଗ ଖାନ ଅର୍ଥାତ୍ ସଲମାନ ଖାନ ଆଜି ୫୫ବର୍ଷ ବୟସରେ ପାଦ ଦେଇଛନ୍ତି। ଏହାର ଗୋଟେ ଦିନ ପୂର୍ବରୁ ସଲମାନ ନିଜ ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର ଅପିଲ କରିଥିଲେ। ପ୍ରତିବର୍ଷ ଜନ୍ମଦିନରେ ସେ ନିଜ ପ୍ରଶଂସକଙ୍କୁ ଘର ବାହାରକୁ ଆସି ଦେଖା କରୁଥିବା ବେଳେ ଚଳିତ ବର୍ଷ ସେ ନିଜ ପ୍ରଶଂସକଙ୍କୁ ଘର ବାହାରକୁ ଆସିବାକୁ ମନା କରିଛନ୍ତି। ଜନ୍ମଦିନରେ ସଲମାନ ଘରେ ରହୁ ନଥିବାରୁ ନିଜ ପ୍ରଶଂସକ ଆସିବାକୁ ମନା କରିଥିବା ଜଣାପଡ଼ିଛି। ଏହା ସହ କରୋନା କଟକଣା ମାନିବାକୁ କହିଛନ୍ତି ସଲମାନ।

ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ଦବଙ୍ଗ ଖାନ ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ପାଇଁ ପୂର୍ବରୁ ଫ୍ଯାନମାନଙ୍କୁ ଘର ବାହାରକୁ ଆସିବାକୁ ମନା କରିବା ପରେ ଅଧ ରାତିରେ ରାସ୍ତା ଉପରେ ମିଡିଆ ସହିତ ନିଜର ଜନ୍ମିଦନ ପାଳନ କରିଛନ୍ତି। ମିଡିଆ ଫଟୋଗ୍ରାଫର୍ସ ସଲମାନଙ୍କ ପନୱେଲ ଫାର୍ମହାଉସ ବାହାରେ ସଲମାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପହଞ୍ଚିଥିଲେ। ଏହାସହିତ କେକ୍ କାଟିବା ସମୟରେ ଆଉ କୌଣସି ସେଲିବ୍ରେସନ ହେବନି ବୋଲି ମନା କରିଦେଇଥିଲେ। ସେହି ଫାର୍ମ ହାଉସରେ ପରିବାର ଲୋକଙ୍କ ବ୍ଯତୀତ ଆଉ କେହି ନାହାନ୍ତି ବୋଲି ସଲମାନ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.