ଗଜପତି ଜିଲ୍ଲା ବାଦପୁର ଘାଟିରେ ଶହେ ଫୁଟ ତଳକୁ ଖସିଲା ଟ୍ରକ, ୩ ମୃତ

ଗଜପତି : ଆର. ଉଦୟଗିରି ନିକଟ ବାଦପୁର ଘାଟିରେ ଓଲଟିଲା ରିଲିଫ କମ୍ବଳ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ ମୃତ । ମୃତକମାନେ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ପାଲକୋଣ୍ଡା ଅଞ୍ଚଳର ନାରାୟଣ ରାଓ, କାଶୀନଗରର ଲୋପିଲଟି ରାମା ରାଓ ଏବଂ ଭବାନୀପାଟଣା ରାମନଗରପଡା ଅଞ୍ଚଳର ମଳୟ କୁମାର ତ୍ରିପାଠୀ । ଟ୍ରକଟି ରିଲିଫ କମ୍ବଳ ନେଇ ପାରଳାଖେମୁଣ୍ଡିରୁ ମୋହନା ଅଭିମୁଖେ ଆସୁଥିବା ବେଳେ ବାଦପୁର ଘାଟିରେ ପ୍ରାୟ ଶହେ ଫୁଟ ତଳକୁ ଖସିପଡ଼ିଥିଲା । ଆର. ଉଦୟଗିରି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଉଦ୍ଧାର କରିଛନ୍ତି । ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଆର. ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.