Below header

କେନ୍ଦୁଝର: ଅଳିଆ ଗଦାରୁ ଘାସଦ୍ବାରା ନିଆଁ ଲାଗି ସିଧା ଟ୍ରକକୁ ଧରିଲା, ଜଳିଲା ଟ୍ରକ   

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ସହର ନିକଟ ଜାତୀୟ ରାଜପଥ ୪୯ର ଗୁରୁଦ୍ୱାର ନିକଟରେ ଛିଡା ହୋଇଥିବା ଏକ ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁଯାୟୀ ଆଜି ଶଙ୍କରପୁର ଗୁରୁଦ୍ୱାର ନିକଟରେ କିଛିଦିନ ହେବ ଟ୍ରକଟି ଛିଡା ହୋଇଥିଲା ଆଜି ମଧ୍ୟାହ୍ନ ସମୟରେ ରାସ୍ତା କଡରେ ଥିବା ଅଳିଆ ଗଦାରୁ ନିଆଁ ଜଳି ଘାସ ଦ୍ୱାରା ସିଧା ଟ୍ରକରେ ଲାଗିଥିଲା  । ଯାହା ଦ୍ବାରା ଟ୍ରକଟିରେ ନିଆଁ ଧରିଥିଲା।

ଗୁରୁଦ୍ୱାରରେ ଥିବା ଲୋକେ ଏହାଦେଖି ଦମକଳ ବାହିନୀକୁ ଜଣାଇଥିଲେ।  ଦମକଳ ବାହିନୀ  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକର ପଛ ଚାରିଟି ଚକ ପୋଡି ଯାଇଥିବା ବେଳେ ଠିକଣା ସମୟରେ ଦମକଳ ବାହିନୀ ପହଞ୍ଚି ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଟ୍ରକଟି ବର୍ତ୍ତି ଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.