ରାସ୍ତା ଉପରେ ଗାଡ଼ି ସଜାଡିବା ହେଲା କାଳ: ପଛପଟୁ ଆସି ଚାପିଦେଲା ଟ୍ରକ, ହେଲପର ମୃତ

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ରାସ୍ତା ଉପରେ ଗାଡ଼ି ସଜାଡିବା ହେଲା କାଳ । ପଛପଟୁ ଆସି ଚାପିଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହେଲପର ମୃତ, ଡ୍ରାଇଭର ଗୁରୁତର ।

ବାସୁଦେବପୁର (କେନ୍ୟୁଜ) : ରାସ୍ତା ଉପରେ ଗାଡ଼ି ସଜାଡିବା ହେଲା କାଳ । ପଛପଟୁ ଆସି ଚାପିଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହେଲପର ମୃତ, ଡ୍ରାଇଭର ଗୁରୁତର । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତା ମନ୍ଦାରୀପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧାମରା ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକର ଟାୟାର ଖରାପ ହୋଇଯାଇଥିବାରୁ ହେଲପର ଓ ଡ୍ରାଇଭର ସଜାଡୁଥିଲେ । ଏହି ସମୟରେ ଏକ ଚିପ୍ସ ବୋଝେଇ ଡମ୍ପର ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ପୋଲିସ ଘଟମାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.