୫୮ ବର୍ଷରେ ପାଦଦେଲେ ଭାଇଜାନ, ଭାଣିଜୀଙ୍କ ସହ କେକ୍‌ କାଟି ବର୍ଥ ଡେ କଲେ ସେଲିବ୍ରେଟ୍‌

ସଲମାନ ଖାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଏବଂ ସମସ୍ତ ସେଲିବ୍ରେଟିଙ୍କ ଠାରୁ ଅନେକ ଶୁଭେଚ୍ଛା ମିଳିଛି । ଏସବୁ ମଧ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡର ସୁଲତାନ ଅର୍ଥାତ୍ ସଲମାନ ଖାନଙ୍କୁ ଆଜି ୫୮ ବର୍ଷ ହୋଇଛି । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଏବଂ ସମସ୍ତ ସେଲିବ୍ରେଟିଙ୍କ ଠାରୁ ଅନେକ ଶୁଭେଚ୍ଛା ମିଳିଛି । ଏସବୁ ମଧ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏସବୁ ମଧ୍ୟରେ ଆଜି ସକାଳୁ ମଧ୍ୟ ଭାଇଜାନଙ୍କ ଘର ବାହାରେ ଫ୍ୟାନ୍ସ ଭିଡ ଦେଖିବା ପାଇଁ ମିଳିଛି ।

ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସଲମାନ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛିନ୍ତି । ବାସ୍ତବରେ ଅନେକ ସହରର ଫ୍ୟାନ୍ସ ଆସି ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମଙ୍ଗଳବାର ରାତିରୁ ତାଙ୍କ ମୁମ୍ବାଇ ନିବାସ ବାହାରେ ଏକାଠି ହେବା ଆରମ୍ଭ କରିଛନ୍ତି । ତେବେ ଏଥିପାଇଁ ସେଠାରେ ବହୁତ ଟ୍ରାଫିକ୍‌ ଦେଖିବା ପାଇଁ ମିଳିଥିଲା ।

ଏସବୁ ମଧ୍ୟରେ ସଲମାନ ଖାନ ଗତକାଲି ରାତିରେ ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ମୁମ୍ବାଇରେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କରିଥିଲେ । ବିଶେଷ କଥା ହେଉଛି ଆଜି ଅଭିନେତାଙ୍କ ଭାଣିଜୀଙ୍କର ମଧ୍ୟ ଜନ୍ମଦିନ । ଏହାର ଅର୍ଥ ସଲମାନ ଏବଂ ତାଙ୍କ ଭଉଣୀ ଅର୍ପିତାଙ୍କ ଝିଅ ଆୟତ ସେହି ଦିନ ଜନ୍ମଦିନ ମିଶିକି ପାଳନ କରନ୍ତି । ଏଭଳି ପରିସ୍ଥିତିରେ ମାମୁଁ ଏବଂ ଭାଣିଜୀ ଏକତ୍ର ଜନ୍ମଦିନ ପାଳନ କରିବେ । ତେବେ ଏହି ପାର୍ଟିରେ ବଲିଉଡର ଅନେକ ଷ୍ଟାରଙ୍କୁ ଦେଖିବା ପାଇଁ ମିଳିଛି । ଏହି ସବୁ ମଧ୍ୟରେ ସଲମାନ ଖାନଙ୍କ ଜନ୍ମଦିନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମେ ସଲମାନଙ୍କ ଚଳିତ ବର୍ଷର ଫିଲ୍ମ ବିଷୟରେ କହିବା, ତାହେଲେ ସେ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଟାଇଗର ୩’ରେ ନଜର ଆସିଥିଲେ । ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶମୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ୍‌ କରିଛି । ତେବେ ଏହି ଫିଲ୍ମ ହେଉଛି ‘ଟାଇଗର’ ଫ୍ରାଞ୍ଚାଇଜ୍ ର ତୃତୀୟ ଫିଲ୍ମ । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.