ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ୍ : ପୁଅ ମୃତ, ମା’ ଗୁରୁତର
ମାଆ ଆଗରେ ଚାଲିଗଲା ପୁଅର ଜୀବନ। ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ । ସ୍କୁଲରୁ ଫେରୁଥିବା ବେଳେ ଛାତ୍ର ଜଣଙ୍କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ଦୁର୍ଘଟଣା ଘଟିଛି ।
ଖୋର୍ଦ୍ଧା (କେନ୍ୟୁଜ): ମାଆ ଆଗରେ ଚାଲିଗଲା ପୁଅର ଜୀବନ। ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ । ସ୍କୁଲରୁ ଫେରୁଥିବା ବେଳେ ଛାତ୍ର ଜଣଙ୍କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଟ ଭାଲିଆବାଡ଼ି ନିକଟରେ ଦୁର୍ଘଟଣା ଘଟିଛି। ପୁଅକୁ ସ୍କୁଲ ଛାଡିବାକୁ ଯାଉଥିବାବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇ ଥିବାବେଳେ ଗୁରୁତର ଅବସ୍ଥାରେ ମା’ କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି ।