ଏମିତି ବି ଆସେ ମୃତ୍ୟୁ: କୂଅ ଉପରେ ବସି ଗପୁଥିବାବେଳେ ଖସିପଡିଲେ ୨ ଭାଇ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସମ୍ବଲପୁର(କେନ୍ଯୁଜ୍): ଏମିତି ବି ଆସେ ମୃତ୍ୟୁ। କୂଅ ଉପରେ ବସି ଗପୁଥିବାବେଳେ ଖସିପଡିଲେ ୨ ଭାଇ। ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ବିଳମ୍ବିତ ରାତିରେ ଗଳିପଡିଲେ ୨ ଭାଇ।

ମୃତକମାନେ ହେଲେ ସାହୁ କଲୋନୀର ସୁଶୀଲ ତ୍ରିପାଠୀ ଓ ସୁନୀଲ ତ୍ରିପାଠୀ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। କୂଅରେ ପଡିବା ବେଳର ଦୃଶ୍ୟ CCTVରେ କଏଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.