ଦାଦନ ଖଟିବାକୁ ଯାଇ ଦୁଇ ଭାଈ ମୃତ

ଦାଦନ ଖଟିବାକୁ ଯାଇ ଦୁଇ ଭାଇ ମୃତ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗାଁର ଦୁଇ ନାବାଳକ ଭାଇ ଗଙ୍ଗାଧର ମାଝୀ ଓ ମହେଶ୍ବର ମାଝୀ ଦାଦନ ଖଟିବାକୁ ବିଶାଖାପାଟଣାର ପାଲମନପେଟା ସ୍ଥିତ ଚିଙ୍ଗୁଡି ଫ୍ୟାକ୍ଟ୍ରିକୁ ଯାଇଥଲେ । ସେଠାରେ କିଛି ଦିନ କାମ କରିବା ପରେ ଅସୁସ୍ଥ ହୋଇପଡିଥିଲେ ଦୁଇ ଭାଇ ।

ରାୟଗଡ଼ା (କେନ୍ୟୁଜ): ଦାଦନ ଖଟିବାକୁ ଯାଇ ଦୁଇ ଭାଇ ମୃତ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗାଁର ଦୁଇ ନାବାଳକ ଭାଈ ଗଙ୍ଗାଧର ମାଝୀ ଓ ମହେଶ୍ବର ମାଝୀ ଦାଦନ ଖଟିବାକୁ ବିଶାଖାପାଟଣାର ପାଲମନପେଟା ସ୍ଥିତ ଚିଙ୍ଗୁଡି ଫ୍ୟାକ୍ଟ୍ରିକୁ ଯାଇଥଲେ । ସେଠାରେ କିଛି ଦିନ କାମ କରିବା ପରେ ଅସୁସ୍ଥ ହୋଇପଡିଥିଲେ ଦୁଇ ଭାଈ ।

ଅସୁସ୍ଥ ହେବା ପରେ ବି କମ୍ପାନୀ କର୍ତ୍ତୁପକ୍ଷ ସେମାନଙ୍କ ଚିକିତ୍ସା କରାଇ ନଥିଲେ । ଫଳରେ ବାଧ୍ୟ ହୋଇ ଦୁଇ ଭାଈ ସୁପରଭାଇଜରଙ୍କ ଠାରୁ ଟଙ୍କା ଆଣି ଟ୍ରେନ୍ ଯୋଗେ ଘରକୁ ଫେରୁଥିଲେ । ତେବେ ରାୟଗଡ଼ା ଷ୍ଟେସନରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ ରେଳ ବିଭାଗ ପୋଲିସ୍ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ମହେଶ୍ବରଙ୍କ ମୋହନା ମେଡିକାଲରେ ମୃତ୍ୟୁ ହୋଇଛି । ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.