ଦିଲ୍ଲୀ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର Whatsapp ଜରିଆରେ କରିପାରିବେ ଟିକେଟ ବୁକ୍
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ନିକଟରେ ହ୍ଵାଟସଆପରେ ଟିକେଟ ବୁକ୍ କରିବା ସୁବିଧା ଯୋଗାଇଛି । ଏହି ସୁବିଧା ଏବେ ବସ୍ ସେବାରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି । ଦିଲ୍ଲୀ ସରକାର ରାଜଧାନୀରେ ହ୍ଵାଟସଆପ ଜରିଆରେ ବସ୍ ଟିକେଟ ବୁକ୍ କରିବାର ସୁବିଧା ଦେବାକୁ ଯୋଜନା କରୁଛନ୍ତି ।
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ନିକଟରେ ହ୍ଵାଟସଆପରେ ଟିକେଟ ବୁକ୍ କରିବା ସୁବିଧା ଯୋଗାଇଛି । ଏହି ସୁବିଧାରେ ଆରାମରେ ହ୍ଵାଟସଆପ୍ ଜରିଆରେ ଦିଲ୍ଲୀ ମେଟ୍ରୋ ଟିକେଟ ବୁକ୍ କରିପାରିବେ । ଏହି ସୁବିଧା ଏବେ ବସ୍ ସେବାରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି । ଦିଲ୍ଲୀ ସରକାର ରାଜଧାନୀରେ ହ୍ଵାଟସଆପ ଜରିଆରେ ବସ୍ ଟିକେଟ ବୁକ୍ କରିବାର ସୁବିଧା ଦେବାକୁ ଯୋଜନା କରୁଛନ୍ତି । ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ, ଡିଟିସି ଏବଂ କ୍ଲଷ୍ଟର ବସରେ ଡିଜିଟାଲ ଟିକେଟିଂ ସିଷ୍ଟମ ଆରମ୍ଭ କରିବାକୁ କାମ କରୁଛି ।
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପାଖରେ ପୂର୍ବରୁ ହ୍ଵାଟସଆପ୍ ଆଧାରିତ ଟିକେଟିଂ ସିଷ୍ଟମ ରହିଛି । ଏହି ସେବା ଚଳିତବର୍ଷ ମଇ ମାସରୁ ଆରମ୍ଭ ହୋଇଛି ଏବଂ ଏହାପରେ ଗୁରୁଗ୍ରାମ ରାପିଡ ମେଟ୍ରୋ ସହିତ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ସହିତ ସମସ୍ତ କରିଡରକୁ ବିସ୍ତାରିତ କରାଯିବ । ଦିଲ୍ଲୀ ମେଟ୍ରୋ ଟିକେଟ କିଣିବା ପାଇଁ ଯାତ୍ରୀ ହ୍ଵାଟସଆପ +91 9650855800 କୁ ଟେକଷ୍ଟ ପଠାଇ ନିଜ ସ୍ମାଟଫୋନରୁ ସହଜରେ ମେଟ୍ରୋ ଟିକେଟ କିଣିପାରିବେ । ଟିକେଟ କିଣିବା ପାଇଁ କ୍ୟୁଆର କୋଡ୍କୁ ସ୍କାନ କରିପାରିବେ ।
ଦିଲ୍ଲୀ ମେଟ୍ରୋ ପାଇଁ ଥରକେ ୬ଟି ଟିକେଟ ବୁକ୍ କରିପାରିବେ । ହ୍ଵାଟସଆପରେ କ୍ୟୁଆର କୋଡ ଥିବା ଟିକେଟ ମିଳିବ । ଟିକେଟ ବୁକିଂ ବ୍ୟବସ୍ଥା ସକାଳ ୬ରୁ ରାତି ୯ ଟା ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ ଲାଇନରେ ଉପଲବ୍ଧ ରହିବ । ଏୟାରପୋର୍ଟ ଲାଇନ ପାଇଁ ଟିକେଟ ବୁକିଂ ସକାଳ ୪ରୁ ରାତି ୧୧ ଟା ପର୍ଯ୍ୟନ୍ତ ହେବ । ହ୍ଵାଟସଆପରେ ଟିକେଟ ନେବା ପରେ ଏହାକୁ କ୍ୟାନସେଲ କରିବାର ସୁବିଧା ନାହିଁ । ୟୁପିଆଇ ପେମେଣ୍ଟ କରିବାପାଇଁ କୌଣସି ଶୁଳ୍କ ଲାଗିବ ନାହିଁ, କିନ୍ତୁ କାର୍ଡ ପେମେଣ୍ଟ କଲେ ଶୁଳ୍କ ଲାଗିପାରେ ।
କେମିତି କରିବେ ବୁକିଂ :
ହ୍ଵାଟସଆପ୍କୁ ଯାଇ 9650855800 କୁ Hi ଲେଖି ପଠାନ୍ତୁ ।
ଏହାପରେ ନିଜ ଭାଷା ଚୟନ କରନ୍ତୁ ।
Buy Ticket ବଟନରେ କ୍ଲିକ୍ କରନ୍ତୁ ।
ଗନ୍ତବ୍ୟ ଷ୍ଟେସନରୁ ପହଞ୍ଚିବା ଷ୍ଟେସନ ନାମ ଲେଖନ୍ତୁ ।
ଏହାପରେ ପେମେଣ୍ଟ କରି ଟିକେଟ ପାଇପାରିବେ ।