ସୁନ୍ଦରଗଡ଼ ଇବ୍ ନଦୀରୁ ମିଳିଲା ଦୁଇ ଜଣଙ୍କ ମୃତଦେହ, ଗାଁରେ ଶୋକାକୂଳ ପରିବେଶ

ସୁନ୍ଦରଗଡ଼ ଇବ୍ ନଦୀରୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ଅନ୍ୟଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି । ଗତକାଲି ପରିବାର ସହ ଭୋଜି କରିବାକୁ ଯାଇଥିବା ବେଳେ ୩ ଜଣ ଇବ୍ ନଦୀରେ ଭାସି ଯାଇଥିଲେ ।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଇବ୍ ନଦୀରୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ଅନ୍ୟଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି । ଗତକାଲି ପରିବାର ସହ ଭୋଜି କରିବାକୁ ଯାଇଥିବା ବେଳେ ୩ ଜଣ ଇବ୍ ନଦୀରେ ଭାସି ଯାଇଥିଲେ । ସଦର ଥାନା ସେମିନା ନିକଟରେ ଇବ୍ ନଦୀରେ ବଡ଼ି ଯାଇଥିଲେ । ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟର ଗୋଟିଏ ପରିବାର ମହମ୍ମଦ ଫରାନ,ମହମ୍ମଦ ରିଜ୍ୱାନ ଓ ମହମ୍ମଦ ସାଜିଦ୍ ଭାସି ଯାଇଥିଲେ । ଫାରାନ୍ ଓ ରିଜ୍ୱାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସାଜିଦଙ୍କ ପତ୍ତା ମିଳିନି ।

ଗତକାଲି ଫାରାନଙ୍କ ଜନ୍ମଦିନ ଥିବାରୁ ସମସ୍ତେ ଭୋଜି କରିବାକୁ ଇବ୍ ନଦୀ ପଠକୁ ଯାଇଥିଲେ। ଖୁସିରେ କେକ୍ କାଟି ନାଚ ଗୀତ କରିଥିଲେ । କିଛି ସମୟ ପରେ ତିନି ଜଣ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିଲେ। ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.