ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଅଚାନକ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିଲା । ଏବେ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଇସ୍ତଫା ପରେ ଦୁଇଟି ନିର୍ବାଚନ କମିଶନର ପଦବୀ ଖାଲି ପଡ଼ିଛି ।

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଅଚାନକ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିଲା । ଏବେ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଇସ୍ତଫା ପରେ ଦୁଇଟି ନିର୍ବାଚନ କମିଶନର ପଦବୀ ଖାଲି ପଡ଼ିଛି । ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୭ ଯାଏ ଥିଲା । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅରୁଣ ଗୋୟଲ ଇସ୍ତଫା ଦେଇଥିବା କୁହାଯାଉଛି । କିନ୍ତୁ ବ୍ୟକ୍ତିଗତ କାରଣ କଣ ତାହା ପ୍ରକାଶ କରିନାହାନ୍ତି ।

୧୯୮୫ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅରୁଣ ଗୋୟଲ । ସେ ୨୦୨୨ ନଭେମ୍ବର ୧୮ରେ ସରକାରୀ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହାର ପରଦିନ ଅର୍ଥାତ ୧୯ ତାରିଖରେ ତାଙ୍କୁ ନିର୍ବାଚନ କମିଶନର ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ୨୧ତାରିଖରେ ସେ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ଏଭଳି ତରବରିଆ ନିଯୁକ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ଫେବ୍ରୁଆରି ମାସରେ ନିର୍ବାଚନ କମିଶନର ଅନୁପ ପାଣ୍ଡେ ଗ୍ରହଣ କରିଥିଲେ । ଏବେ ଅରୁଣ ଗୋୟଲଙ୍କ ଇସ୍ତଫା ପରେ କମିଶନରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି । ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିହା ଦୁଇଟି ନିର୍ବାଚନ କମିଶନର ପଦବୀରେ ନିଯୁକ୍ତି ଦେବା ଜରୁରୀ ହୋଇପଡ଼ିଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.