Below header

ପାର୍କ ପରିସରରେ ଥିବା ଜଳାଶୟରୁ ଦୁଇ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର ଟାଉନ ଥାନା ଅଧୀନ ରେ ଆସୁଥିବା ବିଜୁ ପଟନାୟକ ପାର୍କ ପରିସରରେ ଥିବା ଜଳାଶୟରୁ ଦୁଇ ମୃତ ଦେହ ଉଦ୍ଧାର l ମୃତ ଦ୍ବୟ ହେଲେ ବଡବଜ଼ାର ଥାନା ଅନ୍ତର୍ଗତ ଆଜମା ସାହିର k. ଦନାର୍ଦନ ରାଓ ଓ k ରଙ୍ଗା ଅଚାରୀ l

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ଥାନା ଅଧୀନ ରେ ଆସୁଥିବା ବିଜୁ ପଟନାୟକ ପାର୍କ ପରିସରରେ ଥିବା ଜଳାଶୟରୁ ଦୁଇ ମୃତ ଦେହ ଉଦ୍ଧାର l ମୃତ ଦ୍ବୟ ହେଲେ ବଡବଜ଼ାର ଥାନା ଅନ୍ତର୍ଗତ ଆଜମା ସାହିର k. ଦନାର୍ଦନ ରାଓ ଓ k ରଙ୍ଗା ଅଚାରୀ l

ଉଭୟେ ଗତକାଲି ଅପରାହ୍ନ ରେ ପାର୍କ ବୁଲି ଯାଇଥିଲେ, ନିଶା ଗ୍ରସ୍ତ ଅବସ୍ଥା ରେ ପାଣି ରେ ପଶି କି ଅବା ପଡି ଏପରି ଦୁର୍ଘଟଣା ଘଟି ଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି l ତେବେ ଶବ ବ୍ୟବଛେଦ ପାରେ କାରଣ ସ୍ପଷ୍ଟ ହେବ l

ଅଗ୍ନିଶମ ବାହିନୀ ଶବ ବାହାର କରିଥିବା ବେଳେ ଟାଉନ ଥାନା ପୋଲିସ ଘଟଣା ର ତଦନ୍ତ କରୁଛି l ସେପଟେ ଦନାର୍ଦନ ଙ୍କ ପୁଅର କହିବା କଥା ହେଲା ବାପା, ଦାଦା ସବୁବେଳେ ମଦ ପିଇ ଘର ଲୋକଙ୍କ ସହ ଝଗଡା କରୁଥିଲେ, କାଲି ଖରାବେଳେ ସେପରି ଗଣ୍ଡଗୋଳ କରି ଘରୁ ବାହାରି ଆସିଥିଲେ l

ଅନ୍ୟପଟେ ପାର୍କ ସୁରକ୍ଷା ଅଧିକାରୀଙ୍କ କହିବା ପ୍ରକାରେ ରାତି 9 ଟାରେ ପାର୍କ ବନ୍ଦ କରାଯାଏ l ସକାଳ 9 ଟାରେ ଜଣେ ଗାର୍ଡ ପାଣିରେ ଶବ ଭାସୁଥବା ଦେଖି ଖବର ଦେଇଥିଲେ l ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ନିଶା ନେଇଥିଲେ କି ନାହିଁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.