ଗଣେଶ ପୂଜାରେ ଅଘଟଣ: କୂଆଖାଇ ନଦୀରେ ବୁଡି ଦୁଇ ନାବାଳକ ନିଖୋଜ

କଟକ(କେନ୍ୟୁଜ୍): ଗଣେଶ ପୂଜାରେ ଅଘଟଣ। କୂଆଖାଇ ନଦୀରେ ବୁଡି ଦୁଇ ନାବାଳକ ନିଖୋଜ। ଗଣେଷ ପୁଜାରେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ମିଳିଥିବା ସୂଚନା ମୁତାବକ ଭୁବନେଶ୍ବର ପଟିଆ ଅଞ୍ଚଳର ୫ ଜଣ ବାଳକ ଗଣେଷ ପୂଜା ପାଇଁ ବୁଲା ବୁଲି କରୁଥିଲେ।
ସମସ୍ତେ ପ୍ରତାପ ନଗରୀ ବିଜୁ ସେତୁ ଉପରେ ସେଲ୍ଫି ନେଇ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠି ଗାଧୋଇବା ବେଳେ ୫ ଜଣ ଯାକ ବୁଡ଼ି ଯାଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ୩ ଜଣକୁ ଉଦ୍ଧାର କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁଇ ନାବାଳକ ନିଖୋଜ ଅଛନ୍ତି । ବୁଡି ଯାଇଥିବା ଦୁଇ ବାଳକ ୧୫ ବର୍ଷର। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛି ।