ଅଷ୍ଟ୍ରେଲିଆରେ କରାଯାଉଛି ‘କାଓ ଥେରାପୀ’, ମାନସିକ ରୋଗୀଙ୍କୁ ମିଳୁଛି ଶାନ୍ତି

ଭାରତରେ ହିନ୍ଦୁ ଧର୍ମରେ ଗାଈକୁ ମାତା ବୋଲି ପୂଜା କରାଯାଏ। ଗୋମୂତ୍ର ଏବଂ ଗୋବର ଅନେକ ରୋଗରୁ ରକ୍ଷା କରିଥାଏ ବୋଲି ଆୟୁର୍ବେଦରେ କୁହାଯାଇଛି। ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଏହା ଯାଞ୍ଚ ଏବଂ ରିସର୍ଚ୍ଚର ବିଷୟ। ତେବେ ସବୁଠାରୁ ଅଲଗା ହେଉଛି ଗାଈ ଦ୍ୱାରା ଅନେକ ରୋଗ ଭଲ ହେଉଛି, ତାହା ବିଦେଶୀ ଲୋକ ମଧ୍ୟ ମାନିବାକୁ ଲାଗିଲେଣି। ଅଷ୍ଟ୍ରେଲିଆରେ ଗାଈ ସହିତ ଜଡିତ କିଛି ତଥ୍ୟ ସାମ୍ନାକୁ ଆସିଛି, ଯାହା ସତ୍ୟକୁ ପ୍ରମାଣିତ କରିଛି। ଅଷ୍ଟ୍ରେଲିଆରେ ଭାରତୀୟ ଗାଈ ଜରିଆରେ ମାନସିକ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏହି ଚିକିତ୍ସା ପ୍ରକ୍ରିୟାକୁ କାଓ ଥେରାପୀ ନାମ ଦିଆଯାଇଛି। ତେବେ ଏହାକୁ ନେଇ ମାମଲା କ’ଣ ରହିଛି ଜାଣନ୍ତୁ …

ଦ ଗାର୍ଡିଆନ ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆର ନର୍ଥ କ୍ୱିସଲ୍ୟାଣ୍ଡରେ କାଓ କଡଲିଂ ସେଣ୍ଟର କରାଯାଇଛି। ଏହି ସେଣ୍ଟରରେ ଏମିତି ଲୋକଙ୍କର ଚିକତ୍ସା ହେଉଛି, ଯେଉଁମାନେ ମାନସିକ ରୂପେ ରୋଗାଗ୍ରସ୍ତ କିମ୍ବା ମାନସିକ ଶାନ୍ତି ସନ୍ଧାନରେ ରହିଛନ୍ତି। ଏହି ସେଣ୍ଟରରେ ଗାଈ ସହିତ ସମୟ ବିତାଇ ଶାନ୍ତି ପାଇଥାନ୍ତି। ଅନେକ ଲୋକ ଏଠାରେ ନିଜର ରୋଗରୁ ମୁକ୍ତି ପାଇଥାନ୍ତି। ଏଠାରେ ଲୋକମାନେ ଗାଈ ସହିତ ସମୟ ବିତାନ୍ତି ଏବଂ ସେମାନଙ୍କର ସେବା କରନ୍ତି।

ଏହି ସେଣ୍ଟରରେ ଚିକିତ୍ସା ହେଉଥିବା କିଛି ରୋଗୀ ମିଡିଆ ସହିତ କଥାବାର୍ତ୍ତା କରିଥିଲେ। ଏଠାରେ ମିଳୁଥିବା ଫାଇଦା ବିଷୟରେ କହିଥିଲେ। ଏହି ଥେରାପୀ କରୁଥିବା ଡୋନା ଏଷ୍ଟିଲ କହିଛନ୍ତି, ପର୍ସନାଲିଟି ଡିସଅର୍ଡର, ବିଚଳିତ ହେବା ଏବଂ ଢିପ୍ରେସନରେ ପୀଡିତ ଥିବା ବ୍ୟକ୍ତି ଏଠାକୁ ଆସି କାମ କରନ୍ତି। ଏଠାରେ ଅନେକ ଦିନରୁ ଥେରାପୀ ନେଉଥିବା ଲୋକ ଗାଈ ସହିତ ସମୟ ବିତାଇଥାନ୍ତି। ଏହାଦ୍ୱାରା ସେମାନେ ଧିରେ ଧିରେ ଠିକ୍‌ ହେବାକୁ ଲାଗିଥାନ୍ତି।

ଜଣେ ରୋଗୀଙ୍କ କହିବାନୁଯାୟୀ, ବର୍ଷେ ପର୍ଯ୍ୟନ୍ତ ଅନେକ ଲୋକ ଏହା ବିଷୟରେ ମୋତେ କହିଥିଲେ, କିନ୍ତୁ ଏହାକୁ ଶୁଣି ମୁଁ ବହୁତ ହସୁଥିଲି। କିନ୍ତୁ ଏଠାକୁ ଆସିବା ପରେ ଜାଣିଲି ଗାଈ ମୋତେ ଏକ ନୂଆ ଜନ୍ମ ଦେଇଛି। ବ୍ରିସବେନରେ ରହୁଥିବା ପ୍ୟାଟ୍ରିକ ଏହା କହିଛନ୍ତି। ସେ ଅଟିଜମ୍‌ରେ ପୀଡିତ। କିନ୍ତୁ ଏହାକୁ ଆସି ଏବେ ଠିକ୍‌ ହେବା ଆରମ୍ଭ ହୋଇଛି।

କାଓ ଥେରାପୀକୁ ଆରମ୍ଭ କରିଥିବା ୩୪ ବର୍ଷୀୟ ଲରେନ୍ସ ଫୋକସ କହିଛନ୍ତି, ସେ ଏମବିଏ କରୁଥିବା ସମୟରେ କାଓ ଥେରାପୀ ବିଜନେସ ବିଷୟରେ ଯୋଜନା କରିଥିଲେ। ତେବେ ପଢିବା ପରେ ଏହାକୁ ଆରମ୍ଭ କରିଥିଲି। ଧୀରେ ଧୀରେ ଏହା ଲୋକପ୍ରିୟ ହୋଥିଲା। ଲୋକ ଠିକ୍‌ ହେବା ଦେଖି ବହୁତ ଭଲ ଲାଗିଥିଲା। ତେବେ ବିଜନେସ ଆରମ୍ଭ କରିବା ପାଇଁ ଗାଈ ଜରୁରୀ ଥିଲେ। ତେବେ ସବୁ ଗାଈଙ୍କୁ କ୍ରିପ୍ଟୋକରେନ୍ସୀ ଜରିଆରେ କିଣିଥିଲେ। ତେଣୁ ସେଣ୍ଟରରେ ଏହି ରୋଗକୁ ଠିକ୍‌ କରିବା ପାଇଁ କିଛି ଫିସ ନେଇଥିଲେ। କାଓ ଥେରାପୀ ଲୋକପ୍ରିୟ ହୋଇଥିଲା। ଚଳିତବର୍ଷ ଏହାକୁ ୪ ନ୍ୟାସନାଲ ଡିସାବିଲିଟି ଇସୋରାନ୍ସ ସ୍କିମ ଜରିଆରେ ନୂଆ ସ୍କିମରେ କଭର କରିବା ପାଇଁ ଯୋଜନା କରୁଛି। ସ୍କିମ ପାଇଁ ଭାରତୀୟ ଗାଈଙ୍କୁ ଚୟନ କରାଯାଇଛି। ଭାରତୀୟ ଗାଈ ଶାନ୍ତ ଯୋଗୁଁ ଥେରାପୀରେ ଏମାନଙ୍କୁ ବ୍ୟବହାର କରାଯାଉଛି।

 

Also Read : ୭୦୦ରୁ ଅଧିକ ପୁରୁଷଙ୍କ ସହିତ ସମ୍ବନ୍ଧ ରଖିଛନ୍ତି ଏହି ଟିଭି ଷ୍ଟାର, କିନ୍ତୁ କେବେ ବି ହୋଇନାହାନ୍ତି ଲଜ୍ଜିତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.