୭୦୦ରୁ ଅଧିକ ପୁରୁଷଙ୍କ ସହିତ ସମ୍ବନ୍ଧ ରଖିଛନ୍ତି ଏହି ଟିଭି ଷ୍ଟାର, କିନ୍ତୁ କେବେ ବି ହୋଇନାହାନ୍ତି ଲଜ୍ଜିତ

ଏକ ରିଆଲିଟି ଟିଭି ଷ୍ଟାର ନିଜ ସେକ୍ସ ଅଭ୍ୟାସକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ସେ ୭୦୦ରୁ ଅଧିକ ପୁରୁଷଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିସାରିଛନ୍ତି କହିଛନ୍ତି। ନିଜ ଭିତରେ ସେକ୍ସ ଆଡିକ୍ସନକୁ ନେଇ କିଛି ବି ଲାଜ ନାହିଁ ବୋଲି ଟିଭି ଷ୍ଟାର କହିଛନ୍ତି।

ଏହି ରିଆଲିଟି ଟିଭି ଷ୍ଟାରଙ୍କ ନାମ ବୋଲିଡା ଲଭ ରାୟଗିଅର । ସେ ୨୦୧୭ରେ ଲୋକପ୍ରିୟ ଅଷ୍ଟ୍ରେଲିଆନ ଶୋ ଦ ବ୍ୟାଚଲରରେ ନିଜ ଅଭିନୟ ପାଇଁ ବେଶ୍‌ ଜଣାଶୁଣା। ବୋଲିଡା ସପ୍ତାହକୁ ୬ ଦିନ ସେକ୍ସ ପାଇଁ କୌଣସି ନା କୌଣସି ପୁରୁଷ ବନ୍ଧୁଙ୍କୁ ଖୋଜନ୍ତି।

ଏକ ରେଡିଓ ଶୋରେ ବୋଲିଡା କହିଛନ୍ତି, ସବୁକିଛି ଠିକ୍‌ ହେବା ପରେ ମୋତେ ମୋ ସମସ୍ୟା ବିଷୟରେ ଜାଣିବାକୁ ମିଳିଲା। ମୋର ରିଲେସନସିପକୁ ନେଇ ବଡ ସମସ୍ୟା ରହିଥିଲା। ମୁଁ ସବୁବେଳେ ଖରାପ ପୁରୁଷଙ୍କ ସହିତ ସଂପର୍କରେ ରହିଥିଲା। ହେଲେ ୮ ବର୍ଷ ପରେ ଏହି ସମସ୍ୟାକୁ ଦୂର କରିପାରିଥିଲି। ଏହାପରେ ଟିଭି ଷ୍ଟାରରୁ ରିଲେସନସିପ ଗୁରୁ ହୋଇଥିଲି।

ଟିଭି ଷ୍ଟାର ଜଣକ କହିଛନ୍ତି, ମୁଁ କେତେ ଜଣକ ସହିତ ସମ୍ବନ୍ଧ ରଖିଛି, ତା’ର ହିସାବ ନାହିଁ। କିନ୍ତୁ ୭୦୦ରୁ ଅଧିକ ଲୋକଙ୍କ ସହିତ ନିଶ୍ଚିତ ସଂପର୍କ ରଖିଥିବି । ଆଉ ଏପରି କରି ମୁଁ ବିଲକୁଲ ଲଜିତ ନୁହେଁ। ମୁଁ ଯେଉଁ କଥା ଶୁଣିବାକୁ ଚାହୁଁଥିଲି, ମୋତେ ମୋ ପୁରୁଷ ବନ୍ଧୁ ସେହି କଥା କହୁଥିଲେ, ତେଣୁ ମୋତେ ସବୁକିଛି ଭଲ ଲାଗୁଥିଲା। ସେକ୍ସ ଠାରୁ ଅଧିକ ଥିଲା ମୋ ଅନୁଭୂତି ଏବଂ ଭଲପାଇବା।

ଆଜିକାଲି ସମାଜ ସେକ୍ସକୁ ଖରାପ ଭାବେ ଦେଖେ। ଏହା କ୍ଷଣିକ ସୁଖ। ଏବେ କିନ୍ତୁ ସେହି ମଣିଷ ସହିତ ସଂପର୍କ ରଖିବି, ଯାହା ସହିତ କୌଣସି ଅନୁଭବ ରହିବ, ତାହାଙ୍କ ସହିତ ସଂପର୍କ ରଖିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.