Below header

ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାର ଗମ୍ଭୀର ରୂପ: ମୃତ୍ୟ ସଂଖ୍ୟା ୧୧୩୬କୁ ବୃଦ୍ଧି , ଉଦ୍ଧାର ହେଲେ ୫୧ ହଜାର ୨୭୫ ଜଣ

ନୂଆଦିଲ୍ଲୀ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାର ଗମ୍ଭୀର ରୂପ । ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ରାସ୍ତାଘାଟ ଘର ଦ୍ବାର ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି ।ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୧୧ ଶହ ୩୬ ଜଣଙ୍କ ମୃତ୍ୟୁ ହେଲାଣି । ୩ କୋଟି ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫୧ ହଜାର ୨୭୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ରିଲିଫ୍‌ କ୍ୟାମ୍ପରେ ଅଛନ୍ତି ୪ ଲକ୍ଷ ୯୮ ହଜାର ୪୪୨ । ୧୦ ଲକ୍ଷ ୫୧ ହଜାର ୫୭୦ ଘର ଭାଙ୍ଗିଛି । ଯାହାର କ୍ଷୟକ୍ଷତି ପ୍ରାୟ ୮୦ ହଜାର କୋଟି ଟଙ୍କା ହେବ ବୋଲି କହିଛନ୍ତି ପାକିସ୍ତାନର ଯୋଜନା ମନ୍ତ୍ରୀ ଏହାସାନ ଇକବାଲ୍‌ ।

ପ୍ରାକୃତିକ ବିପର୍ଯ୍ୟୟ ଆଣିଛି ଖାଦ୍ୟ ସଙ୍କଟ । ପରିବାର ଦର ଆକାଶ ଛୁଆଁ ହୋଇଛି । ଟମାଟୋ କେଜି ୫୦୦ ଟଙ୍କା ଥିବା ବେଳେ ପିଆଜ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି । ବେଲୁଚିସ୍ତାନ ଏବଂ ସିନ୍ଧ୍‌ରେ ବନ୍ୟା ଯୋଗୁଁ ହଜାର ହଜାର ଏକର ଫସଲ ନଷ୍ଟ ହୋଇଯାଇଛି । ଯାହାର ପ୍ରଭାବ ପାକିସ୍ତାନର ପରିବା ଦର ଉପରେ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.