ମୋବାଇଲରେ ଖେଳିବା ହେଲା କାଳ: ବ୍ୟାଟେରି ଫାଟି ୨ ନାବାଳକ ଭାଇ ଗୁରୁତର

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱରରେ ଅଘଟଣ । ମୋବାଇଲରେ ଖେଳିବା ହେଲା କାଳ।  ନୀଳଗିରି ଥାନା ଧୋବଶିଳା ଗାଁରେ ମୋବାଇଲରେ  ଖେଳୁଥିବା ସମୟରେ ଘଟିଲା ଅଘଟଣ। ମୋବାଇଲ ବ୍ୟାଟେରି ଫାଟି ୨ ନାବାଳକ ଭାଇ ଗୁରୁତର।

ଏନେଇ ଜାଣିବା ପରେ ପରିବାର ଲୋକେ ପ୍ରଥମେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସାନଭାଇ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ବଡ଼ଭାଇକୁ କଟକ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।